ଓଡିଶା ଆଦର୍ଶ ବିଦ୍ୟାଳୟ ମିସିଙ୍ଗ ପୁଟ ପରିସରରେ ଯୁବ ସଂସଦ କାର୍ଯ୍ୟକ୍ରମ

ଲମତାପୁଟ :26/1(2026 ):-ସୁଦର୍ଶନ ର ଣା କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ମିସ୍ସିଙ୍ଗ ପୁଟ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ 77ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ଭାରତ ସମ୍ବିଧାନ ରେ ସଂସଦ ଗୃହ ରେ ଘଟୁଥିବା କାର୍ଯ୍ୟକ୍ରମ ର ଏକ ଅବିକଳ ନକଲ ଚିତ୍ର ଅତି ସୁନ୍ଦର ଭାବରେ ପ୍ରଦର୍ଶନ କରାଯାଇଥିଲା l ଯେଉଁ ଭଳି ଭାବରେ ସାଂସଦ ଭବନରେ ପ୍ରଶ୍ନ ଉତ୍ତର ଓ ବିଭିନ୍ନ ସମସ୍ୟା କୁ ନେଇ ତର୍କ ବିତର୍କ ହୁଏ ଓ ଶେଷରେ ବିଲ ପାସ୍ ହୁଏ l ଠିକ ସେହି ଭଳି ଭାବରେ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ବାଚସ୍ପତି ଓ ବିଭିନ୍ନ ବିଭାଗ ର ଦାୟିତ୍ୱ ତୁଲାଉ ଥିବା ମନ୍ତ୍ରୀ ତଥା : ଗୃହ ବିଭାଗ, ଶିକ୍ଷା ବିଭାଗ, କୃଷି, ସ୍ୱାସ୍ଥ୍ୟ, ଜଳ ସମ୍ପଦ, ପରିବହନ ବିଭାଗ ଆଦି ଗଠନ କରାଯାଇଥିଲା ଓ ପ୍ରଶ୍ନ କରିବା ପାଇଁ ବିରୋଧୀ ଦଳ ଗଠନ କରାଯାଇଥିଲା l ବାଚସ୍ପତି ଙ୍କ ଅନୁମତି କ୍ରମେ ବିରୋଧୀ ମାନଙ୍କ ଦ୍ୱାରା ଉଚାକୋଟିର ପ୍ରଶ୍ନ କରାଯାଇଥିଲା ଓ ସମସ୍ତ ବିଭାଗ ର ମନ୍ତ୍ରୀ ମନେ ଉତ୍ତର ରଖିବା ସହ କେତେକ ବିଲ ପାସ କରାଯାଇଥିଲା l ଏହାକୁ ସାମ୍ବାଦିକ ମାନେ ନିରୀକ୍ଷଣ କରୁଥିଲେ l ଅତିସୁନ୍ଦର ଭାବରେ ଛାତ୍ରୀ ଛାତ୍ର ମାନେ ଏକ ଜୀବନ୍ତ ଭୂମିକା ଅଭିନୟ ମାଧ୍ୟମରେ କର୍ଯ୍ୟକ୍ରମ ରେ ପ୍ରଦର୍ଶlmaନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଅଧକ୍ଷ ସାଗର କୁମାର ବେହେରା ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଶହଯୋଗ ରେ ଆୟୋଜନ ପରିଚାଳନା କରାଯାଇଥିଲା l



