ମୀଳୁନି ବଦ୍ଧିତ। ଭତ୍ତା ହିତାଧିକାରୀ ହନ୍ତସନ୍ତ
ମିଳୁନି ବଦ୍ଧିତ ଭତ୍ତା, ହିତାଧିକାରୀ ହନ୍ତସନ୍ତ
ନବରଙ୍ଗପୁର,୪/୧୨ : ବଦ୍ଧିତ ଭତ୍ତା ପାଇଁ ଆବେଦନ କରି ଜିଲ୍ଲାର ବହୁ ଯୋଗ୍ୟ ହିତାଧିକାରୀ ପ୍ରଶାସନିକ ଅବହେଳାର ଶିକାର ହୋଇଛନ୍ତି। ଆଜି କାଲି କହି ପ୍ରଶାସନ ସମୟ ଗଡ଼ାଇ ଚାଲିଥିବାରୁ ସରକାରଙ୍କ ବଦ୍ଧିତ ଭତ୍ତା କେବଳ ଘୋଷଣାରେ ସୀମିତ ରହିଛି। ସୋମବାର ୩ ଭିନ୍ନକ୍ଷମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସି ତୁରନ୍ତ ବଦ୍ଧିତ ଭତ୍ତା ପ୍ରଦାନ ପାଇଁ ପୁଣି ଦାବି ଜଣାଇଛନ୍ତି ନବରଙ୍ଗପୁର ମିଶନ କମ୍ପାଉଣ୍ଡ ଅଞ୍ଚଳରେ ରହୁଥିବା କୁଢିଲତା ଖୁରା ବଦ୍ଧିତ ଭତ୍ତା ପାଇଁ ଗୋଟିଏ ପ୍ଲାଷ୍ଟିକ ବେଞ୍ଚ ଧରି ଦୁଇ କିମି ଚାଲି ଚାଲି ଅଭିଯୋଗ ପ୍ରକୋଷ୍ଠକୁ ଆସି ଗୁହାରି କରିଛନ୍ତି କୁଢିଙ୍କୁ ମେଡିକାଲ ବୋର୍ଡ ୭୫ ପ୍ରତିଶତ ଭିନ୍ନକ୍ଷମ ବୋଲି ପ୍ରମାଣପତ୍ର ଦେଇଛି। ଚାଉଳ ସହିତ ମିଳୁଥିବା ୧୨୦୦ ଟଙ୍କା ଭତ୍ତାରେ ବୁଢ଼ୀ ମାଆଙ୍କୁ ନେଇ
ଚଳିବା ମୁସ୍କିଲ ବୋଲି କହିଛନ୍ତି କୁନ୍ତି। ସେହିପରି
ପୁଜାରୀଗୁଡା ପଂଚାୟତ ଦେଦସପାଲ୍ଲୀ ଗାଁର ହୀରା


କରିଥିଲେ । ବାହୁଡା ଯାତ୍ରାକୁ ଯାଇଥିବା ବେଳେ ରଥ ଚକରେ ହୀରାଙ୍କ ଗୋଡ଼ ରହିବା ଫଳରେ ଗୋଡ଼ କଟିଯାଇଛି। ୮୦ ପ୍ରତିଶତ ଗୋଡ଼ ନଷ୍ଟ ହୋଇଥିଲେ ମଧ୍ୟ ତାଙ୍କୁ ବଦ୍ଧିତ ଜତ୍ତା ମିଳୁନି ନୂଆ ଭତ୍ତା ସହ ଡିଆରଆଇ ଋଣ ମିଳିଲେ ନିଜେ ସ୍ବବଲମ୍ବୀ ହୋଇ ପରିବାର ଚଳାଇବେ ବୋଲି କହିଛନ୍ତି। ସେହିପରି ତେନ୍ତୁଳିଖୁଣ୍ଡି ବ୍ଲକ ଦଣ୍ଡରା ଗାଁର କୁଦ୍ଧି ସୌରା ରାସ୍ତା କାମ କରୁଥିବା ବେଳେ ଡ୍ରୋଜର ତାଙ୍କ ଗୋଡ ଉପରେ ଚଢ଼ି ଯାଇଥିଲା। ଆଣ୍ଠୁରୁ ତଳକୁ କଟିଯିବା କାରଣରୁ ମେଡିକାଲ ବୋର୍ଡ ୫୦ ପ୍ରତିଶତ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇଛନ୍ତି। ତଥାପି ଏହି ତିନି ଯୋଗ୍ୟ ହିତାଧିକାରୀ ଏଯାବତ୍ ବଦ୍ଧିତ ଭତ୍ତା ପାଇନଥିବା ଜାଣିବା ପରେ ଜିଲ୍ଲାପାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।