ସୁନାବେଡା / ସେମିଳିଗୁଡ଼ା, ୦୨/୧୨: ସୁନାବେଡା ଥାନା ଅଧୀନ ସେମିଳିଗୁଡ଼ା ହନୁମାନ ନଗରର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତା ହେଲେ ମାଲକାନଗିରି ଜିଲା ଏମଭି-୭୯ ଅଞ୍ଚଳର ସମିରନ କାନ୍ତି ମଣ୍ଡଳଙ୍କ ଝିଅ ଜୟନ୍ତୀକା ମଣ୍ଡଳ(୧୮)। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଛାତ୍ରୀ ଜଣକ ତାଙ୍କର ଜଣେ ଭଉଣୀ ସହ ହନୁମାନ ନଗର ଏକ ଭଡା ଘରେ ରହି ଯୁକ୍ତ ୨ରେ ପାଠ ପଢୁଥିଲେ। ଖବରପାଇ ସୁନାବେଡା ଥାନା ଏଏସ୍ଆଇ ଉଷାରାଣୀ ବେହେରା ଟିମ୍ ସହ ପହଞ୍ଚି ମୃତଦେହ ଜବତ କରିଛନ୍ତି। ଏ ନେଇ ନଂ. ୧୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଏଏସଆଇ ବେହେରା କହିଛନ୍ତି।
With Product You Purchase
Subscribe to our mailing list to get the new updates!
Lorem ipsum dolor sit amet, consectetur.



