ଏକଲବ୍ଯ ବିଦ୍ୟାଳୟ ନିମନ୍ତେ ଜମି ହର।ଇଲେ ୧୪ ପରିବ।ର
ଏକଲବ୍ୟ ବିଦ୍ୟାଳୟ ନିମନ୍ତେ ଜମି ହରାଇଲେ ୧୪ ପରିବାର
କ୍ଷତିପୂରଣ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଡାବୁଗାଁ, ୧୭/୧୧ ନବରଙ୍ଗପୁର ଜିଲ୍ଲା ଚାବୁଗାଁ ବ୍ଲକ ଘୋଡ଼ାଶୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମୁଖଗୁଡ଼ା ସ୍ଥିତ ଏକରବ୍ୟ ଆବାସିକ ବିଦ୍ୟାଳୟ ପାଇଁ ୧୪ ଜଣ ଗରିବ ଚାଷୀ ପରିବାର ନିଜର ହରାଇଛନ୍ତି ସେହି ସମୟରେ ଜମି ହରାଇଥିବା ଚାଷୀମାନଙ୍କୁ ଏକଲବ୍ୟ ବିଦ୍ୟାଳୟରେ ପରିବାରର ଜଣକୁ କର୍ମନିଯୁକ୍ତି ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଚାଷୀମାନଙ୍କୁ ଥଇଥାନ କିମ୍ବା ଅତିପୂରଣ ଦିଆଯାଇ ନଥିବାରୁ ଚିନ୍ତାରେ ପଡ଼ିଛନ୍ତି। ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ପାଳନା ରବୀନ୍ଦ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ମହ ପ୍ରତିଶ୍ରୁତି ପୂରଣ କରିବାକୁ ନିବେଦନ କରିଛନ୍ତି ମୁଣ୍ଡାଗୁଡ଼ା ଗ୍ରାମର ବୈଦ୍ୟନାଥ ରତରା, ତୁଳା ଇଡରା, ଲକି ଇତରା, ଚୈତନା ଲତରା, ମସକୁ ଭତରା, ମନୁ ଲତଣା, ଜଙ୍ଗା ଗୌଡ଼, ନରସିଂହ ମାଝୀ, ସମନ ଲତରା, ବୟମନ ଗୌଡ଼, ଚମଣା ଇତରା, ଜନମାଳା ଭତରା ଓ ପତି ରତରା କୁରୂପା ମୌଳାର ପ୍ରାୟ
୧୪ ଏକର ଜମିରେ ବାଡୁ ଚାଷ କରି ନିଜ ପରିବାର ପୋଷଣ କରୁଥିଲେ। ୨୦୦୫ ମସିହାରେ ମୂଷିକା ସଂରକ୍ଷଣ ବିଭାଗ ତରଫରୁ ଏହି ଚାଷୀଙ୍କୁ ଢାକୁ ଗଛ ଗୋପଣ ସହ
ରକ୍ଷଣାବେକ୍ଷଣ ଦାୟିତ୍ବ ଦେଇଥିଲେ। ତେବେ ୪ ବର୍ଷ ତଳେ ଚାବୁଗାଁ ବ୍ଳକରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ନିମନ୍ତେ ଉକ୍ତ ନମିକୁ ଚିହ୍ନଟ କରାଯାଇଥିଲା। ପ୍ରଶାସନ ତରଫରୁ
ଜିଲ୍ଲା ମଙ୍ଗଳ ଅଧିକାରୀ, ଡାବୁଗାଁ ତହସିଲଦାର ଚାଷୀମାନଙ୍କ ସହ ଆଲୋଚନା କରି ଜମି ଖାଲି ଜଣିବା ପାଇଁ କହିଥିଲେ। ତେବେ ୧୪ ଚାଷୀ ପରିବାର ଜମି ହରାଇ କିପରି ଚଳିବେ
ବୋଲି ପ୍ରଶ୍ନ କରିଥିଲେ। ଏହାପରେ ପ୍ରଶାସନ ତରଫରୁ ଚାଷୀମାନଙ୍କୁ ଏକଲବ୍ୟ ଆବାସିକ ବିଦ୍ୟାଳୟ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ କ୍ଷତିପୂରଣ ସହ ପରିବାରର ଜଣଙ୍କୁ ଝାଡୁଦାର, ପିଅନ,
ମାଳି କାମରେ ନିୟୋଜିତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ପୂରଣ କରିବାରେ ପ୍ରଶାସନ ବିଫଳ ହୋଇଛି ବୋଲି କ୍ଷତିଗ୍ରସ୍ତ ଚାଷୀ ପରିବାର ଅଭିଯୋଗ କରିଛନ୍ତି। ଗତ ଶଳିବାର ଦିନ ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି। ଏହି ସମୟରେ ନବରଙ୍ଗପୁର ନିଲ୍ଲାପାଳ ଡକ୍ଟର ମନେଶ୍ବର ସ୍ବାଇଁ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ମୁନା ଖାନ, ବାବୁଗାଁ ବିଧାୟକ ମନୋହର ରନ୍ଧାର, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀଙ୍କ ସହ ବନ୍ଧୁ ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀମାନେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ରଙ୍କୁ ପୂନଃ ଥଇଥାନ ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ । ଯାହାକି ସାଂସଦ ବଳଭଦ୍ର ମାଝୀଙ୍କ ଦୃଷ୍ଟି ଗୋଚରକୁ ଆସିବା ପରେ ଗରିବ ଚାଷୀଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରତିଶ୍ରୁତି ପୂରଣ ଜେବେ ହେଉଛି ଦେଖିବାକୁ ଚାଳି ରହିଲା