District

ଜଙ୍ଗଲ ରୁ ଝୁଲନ୍ତା ମୃତ ଦେହ ଉଦ୍ଧାର କଲେ

ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର କଲା

ପାପଡାହାଣ୍ଡି, ୧୭/୧୧ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ତୁମ୍ବର୍ଲା ଫାଣ୍ଡି ଅଧୀନ ୨୬ନଂ ଜାତୀୟ ରାଜପଥର ବାବାଜୀଗୁଡା ଜଙ୍ଗଲରୁ ଆଜି ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପାପଡାହାଣ୍ଡି ପୁଲିସ । ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନି । ବାବାଜୀଗୁଡା ଗ୍ରାମର କିଛି ଲୋକ ଜଙ୍ଗଲ କୁ ଜାଳେଣି କାଠ ସଂଗ୍ରହ କରିବା ପାଇଁ ରାସ୍ତା ଠାରୁ ପ୍ରାୟ ୪୦୦ ମିଟର ଦୂର ଜଙ୍ଗଲକୁ ଯାଇଥିଲେ । ସେଠାରେ ଏକ ଗଛରେ ଜଣେ ଝୁଲନ୍ତା ନ୍ତା ଅବସ୍ଥା ରେ ଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ମୃତକଙ୍କ ପରିଚୟ ଖୋଜିଥିଲେ କିନ୍ତୁ ପରିଚୟ ମିଳି ପାରିନଥିଲା । ଶବ ଉଦ୍ଧାର କରି ନବରଙ୍ଗପୁର ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ସନ୍ଧ୍ୟା ଯୋଗୁଁ ବ୍ୟବଛେଦ ହୋଇ ପାରିନି । ଏ ନେଇ ପାପଡାହାଣ୍ଡି ଥାନା ରେ କେଶ ନଂ ୮/୨୫ରେ ଅପମୃତ୍ୟୁ ମାମଲା ରଜୁ କରିଥିବା ପାପଡାହାଣ୍ଡି ଇନ୍ସପେକ୍ଟର ସନ୍ତୋଷ କୁମାର ମାଝୀ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଅତରିକ୍ତ ତହସିଲଦାର ସସ୍ମିତା ଜେନା ମଧ୍ଯ ଉପସ୍ଥିତ ଥିଲେ ଅନ୍ୟପଟେ ପାପଡାହାଣ୍ଡି ପୁଲିସ ସୂଚନା ଦେଇଛି । ବିଭିନ୍ନ ଥାନାରେ ଏହି ଘଟଣା ବିଷୟରେ ସୂଚନା ଦିଆ ଯାଇଛି କୋଣସି ଥାନା ଏହି ବ୍ୟକ୍ତିଙ୍କ ନିଖୋଜ ଅଭିଯୋଗ ଆସି ଥିଲେ ପାପଡାହାଣ୍ଡି ଥାନାରେ ଯୋଗାଯୋଗ କରିବାକୁ ପୋଲିସ ସୂଚନା ଦେଇଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button