ସହାୟତା ଅପେକ୍ଷାରେ ପୂର୍ବତନ ସରପଞ୍ଚ ଦମ୍ପତି

ସହାୟତା ଅପେକ୍ଷାରେ ପୂର୍ବତନ ସରପଞ୍ଚ ଦମ୍ପତି
ନନ୍ଦପୁର, ୬/୧୧
ନନ୍ଦପୁର ବ୍ଲକ ଅଧୀନ ପାଡ଼ୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ପର୍ଶୁରାମ ହଲଙ୍ଗ କିଛିଦିନ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ଅସ୍ତ୍ରୋପଚାର ପରେ ନିଜର ଗୋଟିଏ ଗୋଡ ହରାଇଛନ୍ତି। ଆଣ୍ଠୁ ତଳକୁ କାଟି ଦିଆଯାଇଥୁବ ରୁ ସେ ଆଉ କୌଣସି କାମଧନ୍ଦା କରି ନ ପାରି ଘରେ ବସି ରହୁଛନ୍ତି । ସେ ରକ୍ତଚାପ, ମଧୁମେହ ଭଳି ରୋଗରେ ଆକ୍ରାନ୍ତ ହୋଇଥିବ ବେଳେ ଚିକିତ୍ସା ଖର୍ଜ ଏବଂ ପରିବାର ଚଳାଇବାକୁ ଅକ୍ଷମ। ତେଣୁ ତାଙ୍କୁ ସରକାରୀ ସହାୟତା ଯୋଗଇ ଦେବାକୁ ପର୍ଶୁରାମ ଓ ତାଙ୍କ ସ୍ତ୍ରୀ ଜନକଲତା ହଭଙ୍ଗ ନିବେଦନ କରିଛନ୍ତି। ଏଥିସହ ନିକଟରେ ନନ୍ଦପୁର ନି ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଳ ଭୀମଭୋଇ ସାମର୍ଥ୍ୟ ଶିବିରରେ ସ୍ବାମୀ
ସରପଞ୍ଚ ଦମ୍ପତି ପର୍ଶୁରାମ ଓ ଜନତା ହଲିଙ୍ଗ ।
ସ୍ତ୍ରୀ ଉଭୟ ଆସି ପର୍ଶୁରାମଙ୍କ ସ୍ବାସ୍ଥ୍ୟ ଓ କଟା ଗୋଡକୁ ଦେଖାଇ ଭିନ୍ନକ୍ଷମ
ପ୍ରମାଣପତ୍ର ପ୍ରଦାନ ପାଇଁ ଆବେଦନ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ବୟସ ୬୦ ପାର ପରେ ତାଙ୍କୁ ସରକାରଙ୍କ ବାର୍ଦ୍ଧକ୍ୟ ଭଳା ମିଳୁଛି। ରାସନ କାର୍ଡରେ ମାସିକ ୧୦ କିଲୋ ଚାଉଳ ମିଳୁଛି। ଏତିକିରେ ପରିବାର ଚଳିବା କଷ୍ଟକର ହୋଇପଡ଼ୁଛି ବୋଲି ଦମ୍ପତି କହିଛନ୍ତି।
ସୂଚନା ଥାଉ କି, ପଢୁଆ ପଞ୍ଚାୟତର ସରପଞ୍ଚ ଭାବେ ପର୍ଶୁରାମ ୧୯୯୭ରୁ ୨୦୦୨ ଓ ଜନକଲତା ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଦାୟିତ୍ଵ ତୁଲାଇଥିଲେ। ଦୀର୍ଘ ୧୦ ବର୍ଷ କାଳ ପଞ୍ଚାୟତର ସରପଞ୍ଚ ଭାବେ ଦମ୍ପତି କାର୍ଯ୍ୟ କରିଥିଲେ ମଧ୍ୟ ନିଜ ପାଇଁ ଭଲ ଘର ମଧ୍ୟ କରିପାରିନାହାନ୍ତି।
ଏକ ଆଜବେଷ୍ଟସ ଘରେ ସେମାନଙ୍କ ଜୀବନ ବିତୁଛି। ପୈତୃକ ସମ୍ପତି କିମ୍ବ।
ଅନ୍ୟ ସମ୍ପତି ନାହିଁ। ପାଇକା ଅବସ୍ଥାରେ ସରପଞ୍ଚ ଦମ୍ପତି ଚଳିବା ଏବଂ ଚିକିତ୍ସା ଚିନ୍ତାରେ ଘାଣ୍ଟି ହେଉଥିବା କହିଛନ୍ତି। ଜିଲା, ବ୍ଲକ ପ୍ରଶାସନ ପର୍ଶୁରାମଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର, ଆୟୁଷ୍ଠାନ ସ୍ବାସ୍ଥ୍ୟ କାର୍ଡ, ସୂତ୍ରିମ ଗୋଡ ଲଗାଇବା ବ୍ୟବସ୍ଥା ସହ ଏକ ଆବାସ ଗୃହ ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ ବିଡିଓ ଦୁର୍ଗା ପ୍ରସାଦ ଦୋରାଙ୍କୁ ପଚାରିବାରୁ ଅଳ୍ପଦିନ ଭିତରେ ପର୍ଶୁରାମଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିବ ବୋଲି କହିଛନ୍ତି। ଲିନକ୍ଷମ ପ୍ରମାଣପତ୍ର ମିଳିବା ପରେ ହଲଙ୍କ ପରିବାରକୁ ଅତ୍ତୋଦୟ ଆବାସ ଗୃହ ଯୋଜନାରେ ସମିଲ କରାଯିବ ଏବଂ ତାଙ୍କ ପରିବାରକୁ ଆୟୁଷ୍ଠାନ ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରିବାକୁ ସେ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟଜେନ୍ଦ୍ର ଅଧିକ୍ଷକଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି।
ଦୁର୍ଘଟଣାରେ ଗୋଡ଼ ହରାଇଛନ୍ତି ପର୍ଶୁରାମ ।