୧୫ରୁ ପୁଟସିଲ ଇକୋ ରିଟିଟ୍ ଶୁଭାରମ୍ବ
୧୫ରୁ ପୁଟସିଲ୍ ଇକୋ-ରିଟ୍ରିଟ୍ ଶୁଭାରମ୍ଭ
ସେମିଳିଗୁଡ।,୬/୧୧: କୋରାପୁଟ ଜିଲ୍ଲାକୁ ଶୀତଦିନରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ଏହି ଋତୁ ରେ ପର୍ଯଟନ ବିଭାଗ ପକ୍ଷରୁ ପୁଟସିଲ୍ ଇକୋ-ରିଟ୍ରିଟ୍ ଆୟୋଜନ କରାଯାଇଛି। ପଞ୍ଚମ ଥର ପାଇଁ ଇଜୋ-ରିଟ୍ରିଟ୍ ଆରମ୍ଭ ହେବାକୁ ଯାଉଛି! ନଭେମ୍ବର ୧୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଇକୋ-ରିଟ୍ରିଟ୍ ଉଦ୍ଘାଟନ ପ୍ରସ୍ତୁତି ଜୋରଦାର କରାଯାଇଛି । ପୂର୍ବଘାଟ ପର୍ବତମାଳାର ପୁଟସିଲ ପାହାଡ଼ ଉପରେ ପର୍ଯ୍ୟଟକଙ୍କ ଲାଗି କରାଯାଇଥିଲା ଅସ୍ଥାୟୀ କ୍ୟାମ୍| ଇକୋ-ରିଟ୍ରିଟ୍ ପରିସରରେ ରହିଛି ୭ ପ୍ରିମିୟମ୍, ୨୧ ଜିଲବ୍ଧ କୋଠରୀ ସହ ସ୍କତନ୍ତ୍ର ବିକ୍ଷର ବି ଦ୍ଵାରା ପର୍ଯ୍ୟଟକଙ୍କ ଲାଗି କରାଯାଇଛି? ଗ୍ଲୁ ପଏଣ୍ଟ । ଟେଣ୍ଟ ନିର୍ମାଣ କାମ ଚାଲିଛି।
ପ୍ରତିବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିବାରୁ ଚଳିତ ବର୍ଷ ଆଗୁଆ ଦୁଜି ସରିଯାଉଛି । ଲିଜ୍ ସୂତ୍ରରେ ପରିଚାଳନା ଦାୟିତ୍ବ ନେଇଛି ବାହାର ରାଜ୍ୟର ସଂସ୍ଥା | ୧୫ ତାରିଖରେ ଆରମ୍ଭ ହେବାକୁ ଥିବା ବେଳେ ଇକୋ ରିଟ୍ରିଟ୍ରୁ ସ୍ଥାନୀୟ
ବାସିନ୍ଦାଙ୍କୁ କୌଣସି ଲାଭ ମିଳୁନାହିଁ । ତେଣୁ ଏହାର ସ୍ଥାନ ପରିବର୍ତ୍ତନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହାକୁ ଇତିମଧ୍ୟରେ ୫ବର୍ଷ ବିତିରେ ବି ଏହି ଯୋଜନାରୁ ସ୍ଥାନୀୟ ବାସିନ୍ଦା କୌଣସି ଲାଭ ପାଇପାରୁନାହାନ୍ତି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ । ଲୋକଙ୍କ ଅଭିଯୋଗ ଅନୁଯାୟୀ, କେବଳ ଏହାକୁ ଲିଜ୍ ନେଇଥିବା ସଂସ୍ଥା ହିଁ ମାଲାମାଲ ହେଉଛନ୍ତି I ଯଦି ପ୍ରତିବର୍ଷ ଏହି ଅସ୍ଥାୟୀ ରିସୋର୍ଟର ସ୍ଥାନ ପରିବର୍ତ୍ତନ କରାଯାଇ ଭିନ୍ନ ଭିନ୍ନ ପର୍ଯ୍ୟଟନ ସ୍ଥଳ ନିକଟରେ ସ୍ଥାପନ କରଯାଏ, ସ୍ଥାନୀୟ ଲୋକଙ୍କ ରୋଜଗାର ବଢ଼ିବା ସହ ଅଧିକ ପର୍ଯ୍ୟଟକ ଆକର୍ଷିତ ହୋଇପାରିବେ। ଏ ନେଇ ଅଞ୍ଚଳର ଲୋକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।