District

କ।ର ପିକଅପ ମୁହଁ।ମୁଁହଁ ଫରେଷ୍ଟର ଙ୍କ, ମୃତ୍ଯୁ

<img src="https://odishastatenews.in/wp-content/uploads/2025/11/Screenshot_20251105_212311_Facebook-266×300.jpg" alt="" width="266" height="300" class="alignnone size-medium wp-image-କାର ଓ ପିକ୍‌ଅପ୍ ମୁହାଁମୁହିଁ: ଫରେଷ୍ଟରଙ୍କ ମୃତ୍ୟୁ

ନବରଙ୍ଗପୁର,

୫/୧୧/୨୫ ପାପଡ଼ାହାଣି ବ୍ଳକ ଡେଙ୍ଗାଗୁଡ଼ା ଛକ ନିକଟ ଭାରତମାଳା ରାସ୍ତାରେ ଆଜି ଅପରାହ୍‌ଣରେ ଏକ ଛାଡିଥରା ଦୁର୍ଘଟଣା ଘଟିଛି । କାର ଓ ପିକ୍‌ଅପ୍ ମୁହାଁମୁହିଁ ଧକ୍କାରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଫରେଷ୍ଟର ଓ ପିକ୍‌ଅପ୍ ଡ୍ରାଇଭର ଗୁରୁଚର ହୋଇଛନ୍ତି ।

ଭାରତମାଳା ରାସ୍ତା ଢ଼େଙ୍ଗାଗୁଡ଼ା ନିକଟରେ ସାମନାପଟୁ ଆସୁଥିବା ପିକ୍‌ଅପ୍ ଭ୍ୟାନ୍ ସହ ମୁହାଁମୁହାଁ ଧକ୍କା ହୋଇଥିଲା । ଏଥିରେ ସମସ୍ତ ୪ ଜଣ ଗୁରୁତର ହୋଇଥିଲେ ।

ସମସ୍ତ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ରେଞ୍ଜର ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତି ଓ ତନୁଜ କୁମାର ପରିଛା ଏବଂ ଉମରକୋଟ ରେଞ୍ଜର ଫରେଷ୍ଟର କାମାକ୍ଷ ପ୍ରସାଦ ସ୍ବାଇଁ ଏକ କାର (ଟଉ୨୪ର୧୯୫୦)ରେ ଉମରକୋଟରୁ ବାହାରି ଭାରତମାଳା ରାସ୍ତା ଦେଇ ଫରେଷ୍ଠର ତାଲିମ ସକାଶେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଯାଉଥିଲେ ।

ଗ୍ରାମବାସୀ ସମସ୍ତକୁ ଉଦ୍ଧାର କରିବା ସମୟରେ ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତିଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୩ଜଣ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଭଷି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଫରେଷ୍ଟର ଚଜ କୁମାର ପରିଚ୍ଛା ଓ କାମାକ୍ଷା ପ୍ରସାଦ ସ୍ମାଇଁ ପ୍ଲାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଦୁହିଁକୁ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପିକ୍‌ଅପ୍ ଡ୍ରାଇଭର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ଚିକିତ୍ସିତ ହେଉଛନ୍ତି । ମୂତ ଶରୀର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରହିଛି । ପାପଡାହାଣ୍ଡି ଓ କୋଡ଼ିଙ୍ଗା ପୁଲିସ ଘଟଣାସ୍ଥଳ ପହଁଚି ଚଦନ୍ତ ଆରମ୍ଭ କରିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button