District

ସମସ୍ୟା ଘେରରେ କୋଟପାଡ, ସମ।ଧ।ନ ଶୂନ

ସମସ୍ୟା ଘେରରେ କୋଟପାଡ଼, ସମାଧାନ ଶୂନ

ବିଜ୍ଞାପିତ ଅଞ୍ଚଳ ପରିଷଦ, କୋଟପାଡ

କୋଟପାଡ଼,୫/୧୦ : ସମସ୍ୟା ଘେରରେ କୋଟପାଡ଼ ସହର । ସମାଧାନ ପାଇଁ ନା ଅଛି ଆନ୍ତରିକତା ନା ଅଛି ଇଚ୍ଛାଶକ୍ତି । ଜନସାଧାରଣ ଅଭିଯୋଗ କରିବେ ବା କାହାକୁ ? ଅଭିଯୋଗ କଲେ ଗୋଟିଏ କାନରେ ପୁରାଇ ଅନ୍ୟ ପଟେ ବାହାର କରିଦେଉଛନ୍ତି ବିଭାଗୀୟ ଅଧିକାରୀ। କୌଣସି କଥାକୁ ଗମ୍ଭୀରତାର ସହ ନେଉନଥିବା ବେଳେ, ସମସ୍ୟା ଭୋଗୁଛନ୍ତି ସହରବାସୀ। କେତେବେଳେ ଜାତୀୟ ରାଜପଥ ଉପରେ ଶହ ଶହ ଗାଈ ଗୋରୁ ଶୋଇ ରହି ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ରହୁଛି ତ କେତେବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର ମନମୁଖୀ କାର୍ଯ୍ୟ ପାଇଁ ଅଞ୍ଚଳବାସୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। କିଭଳି ଓ କେଉଁ ପରିସ୍ଥିତିରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ସାମନା ସାମନି ଗାଡ଼ି ସର୍କିଙ୍ଗ ପାଇଁ ସ୍ଥାନ ନ

ସହ ଏକ ମଲ କୁ କେଉଁ ପରିସ୍ଥିତିରେ ଏନଓସି ଦିଆଗଲା ତାହା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର ଭିତିରିଆ ଦୁର୍ନୀତି ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି । କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏଭଳି ମନମୁଖୀ କାର୍ଯ୍ୟ ଯୋଗୁଁ ପ୍ରତି ମିନିଟରେ ଜାତୀୟ ରାଜପଥ ଜାମ ରହୁଥ‌ିବା ବେଳେ, ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟି ଆକାଳରେ ଜୀବନ ଚାଲି ଯାଉଥିବା ଦେଖାଦେଇଛି । ତଥାପି ପ୍ରଶାସନ ସବୁ ଦେଖୁ ଅଣଦେଖା କରି ଆସୁଛି । ଏହା ଛଡ଼ା ସହର ମଧ୍ୟରେ କିଛି ଅସାଧୁ ବହୁ ଗୁଡ଼ିଏ ଦୋକାନ ଗୃହ ନିର୍ମାଣ କରି ଭଡ଼ା ସୂତ୍ରରେ ବ୍ୟବସାୟୀଙ୍କୁ ଦେଉଥିବା ବେଳେ, ଭଡାଟିଆଙ୍କ ପାଇଁ କୌଣସି ଜରୁରୀକାଳୀନ ପରି ସ୍ରାଗାର କିମ୍ବା ଟଇଲେଟର ବ୍ୟବସ୍ତା ରଖୁନାହାନ୍ତି । ଯେଉଁଥିପାଇଁ ବ୍ୟବସାୟୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ

ସାମନାରେ ମିଳିଛି । ଯାହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ନଜର ଅନ୍ଦାଜ କରି ଆସିଛି । ନିୟମ ରହିଛି ସହର ମଧ୍ୟରେ ଯିଏ ବି ଏକାଧିକ ଦୋକାନ ଗୃହ ନିର୍ମାଣ କରି ଭଡ଼ା ସୂତ୍ରରେ ଦେବେ ଗୋଷ୍ଠୀ ସୌଚକ୍ଷଳୟ ନିର୍ମାଣ କରିବେ । କିନ୍ତୁ ଏ ସବୁକୁ କୋଟପାଡ଼ ଏନସି ଜାଣି ଶୁଣି ନଜର ଅନ୍ଦାଜ କରି ଆସୁଛି ବୋଲି କିଛି ବ୍ୟବସାୟୀ ଅଭିଯୋଗ କରିବା ସହ ଗଣମାଧ୍ୟମ ବିଷୋଦଗାର ଓଗାଳି ଛନ୍ତି । କାର୍ଯ୍ୟାଳୟର କିଛି କର୍ମଚାରୀ ଓ ଦୋକାନ ଗୃହ ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବ୍ୟବସାୟୀ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ଅଞ୍ଚଳବାସୀ ଓ ବ୍ୟବସାୟୀଙ୍କ ସମସ୍ୟାର ସମାଧାନ ହେଉଛି ନା ବିଭାଗ ପୂର୍ବ ଭଳି ଅଣଦେଖା କରି ଚୂପ ବସୁଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button