BhanjanagarDistrictOdisha
୧୨ ଜୁଆଡି ଗିରଫ ; ନଗଦ ଟଙ୍କା ଓ ୧୫ ମୋବାଇଲ ଜବତ

ଭଞ୍ଜନଗର,୦୪/୯ : ଭଞ୍ଜନଗର ସହରର ବଡ଼ଧୋବା ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ପୁଲିସ ଚଢ଼ାଉ କରି ୧୨ ଜଣଙ୍କୁ ଗିରଫ କରିଛି। ଏ ନେଇ କେସନଂ ୧୧୧୮/୨୫ ରେ ଏକ ମାମଲା ରୁଜୁ ହୋଇଛି। ସେମାନଙ୍କ ଠାରୁ ନଗଦ ୪୦ହଜାର ୩୦୦ଟଙ୍କା ଏବଂ ୧୫ ଗୋଟି ମୋବାଇଲ ଜବତ କରାଯାଇଥିବା ବେଳେ ଆଗାମୀ ଦିନରେ ଆହୁରି ଚଢ଼ାଉ ହେବ ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରକାଶ କରିଛନ୍ତି।