DistrictMalkangiriOdisha

ମାଲକାନଗିରି ଜିଲ୍ଲାରେ କଂଗ୍ରେସର ଦୁଇଦିନିଆ ପଦଯାତ୍ରା

(ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଗାନ୍ଧୀ ପଥେ ଓଡ଼ିଶା)

ମାଲକାନଗିରି,୩/୧୦: ମାଲକାନଗିରି ଜିଲ୍ଲାର ଶେଷ ସୀମାନ୍ତ ଅଞ୍ଚଳ ମୋଟୁ ର ମୁଠି ପଏଣ୍ଟ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀର ଶୁଭ ମୁହୂର୍ତ୍ତରେ ଗାନ୍ଧୀ ପଥେ ଓଡ଼ିଶା ସ୍ଳୋଗାନ ଦେଇ ହଜାର ହଜାର କଂଗ୍ରେସ କର୍ମୀ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଦୁଇ ଦିନିଆ ପଦଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ଅକ୍ଟୋବର ୨ ତାରିଖରୁ ମୋଟୁ ଠାରୁ ଆରମ୍ଭ ହୋଇ ପଟେରୁ ଠାରେ ସମାପ୍ତ ହୋଇଥିଲା।

ସେଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ କଂଗ୍ରେସର ଅନ୍ୟାନ୍ୟ ନେତା ମାନେ ରାତ୍ର ଯାପନ କରିଥିଲେ। ସ୍ଥାନୀୟ ଲୋକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆଜି ସକାଳେ ପଟେରୁ ଠାରୁ ମାଲକାନଗିରି ସଦର ମହକୁମାରେ କଂଗ୍ରେସର ପଦଯାତ୍ରା ସମାପ୍ତ ହୋଇଥିଲା।

ସନ୍ଧ୍ୟା ୬ ଘଟିକା ସମୟରେ ଜିଲ୍ଲା କଂଗ୍ରେସ ଭବନ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ମୁଖ୍ୟତଃ ଏହି ପଦଯାତ୍ରା ନାରୀଙ୍କୁ ନ୍ୟାୟ। ଓଡ଼ିଶାରେ ନାରୀମାନଙ୍କ ପ୍ରତି ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ହେଉଥିବା ବେଳେ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା। ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବା। ସେମାନଙ୍କୁ ସାର ଯୋଗାଇବା ସହିତ ଏନଏସି ପି ପ୍ରଦାନ କରିବା। ଆଦିବାସୀଙ୍କୁ ନ୍ୟାୟ, ଜଳ, ଜମି, ଜଙ୍ଗଲ ସୁରକ୍ଷା କରୁଥିବା। ବେକାରୀ ଯୁବକ ଯୁବତୀଙ୍କୁ ନ୍ୟାୟ। ସେମାନଙ୍କୁ ଚାକିରି ଯୋଗାଇବା ସହିତ ଯେପରି ଦାଦନ ନ ଯାଇ କାମ ପାଇବେ । ଖଣି ଖାଦାନରୁ ବିସ୍ଥାପିତଙ୍କୁ ଥଇଥାନ।
ସେହି ଭଳି ପୋଲାଭରମ ପ୍ରକଳ୍ପ ଦ୍ବାରା ମୋଠୁ ଓ ଅନ୍ୟାନ୍ୟ
ଅଞ୍ଚଳ ଜଳ ମଗ୍ନ ହେତୁ ସେମାନଙ୍କୁ ଦୀର୍ଘ କାଳୀନ ଥଇଥାନ। ଶ୍ରମିକଙ୍କୁ ନ୍ଯାୟ । ଯେପରିକି ଶ୍ରମିକମାନେ ଉଚିତ ପାରିଶ୍ରମିକ ପାଇବେ। ଭୂମି ହିନଙ୍କୁ ନ୍ୟାୟ, ଯେପରି କି ଭୂମି ଦି୍ହିନମାନଙ୍କୁ
ଜମି ଦେଇ ଥଇଥାନ କରିବା।ଏସବୁ ଉପରେ କଂଗ୍ରେସର ନେତାମାନେ ଆଲୋଚନା କରିଥିଲେ। ଗାଁ ଗାଁ ରେ କଂଗ୍ରେସ
କର୍ମଚାରୀମାନେ ପଦଯାତ୍ରା କରି ବର୍ତ୍ତମାନର ବିଜେପି ସରକାର
ଅନୁଶାସନ ବିରୁଦ୍ଧରେ ଜନମତ ସଂଗ୍ରହ କରିବା ଏବଂ କଂଗ୍ରେସ କୁ ତୃଣ ମୂଳ ସ୍ତରରେ ସୁଦୃଢ କରିବା ଉପରେ ଗୁରୁତ୍ବ ଦିଆ ଯାଇଥିଲା। ଏହି ପଦଯାତ୍ରା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି
ସଭାପତି ଭକ୍ତ ଚରଣ ଦାସ ନେତୃତ୍ବ ନେଇଥିଲା ବେଳେ ତାଙ୍କ ସହିତ ଥିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପୂର୍ବତନ ବିଧାୟକ ନିମାଇଁ ଚନ୍ଦ୍ର ସରକାର, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ, ବିଧାୟକ
ସୋନ୍ତୋଷ ସିଂ ସାଲୁଜା, ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀନିବାସ ରାଓ (ଚିଟି ଭାଇ), ବିଧାୟକ ପ୍ରାର୍ଥୀ ମାଲା ମାଢି ପ୍ରମୁଖ। ଏହି ପଦଯାତ୍ରାରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ସାମିଲ୍ ହୋଇଥିଲେ । ସେମାନେ ବିଜେପି ସରକାର ଭୋଟ ଚୋର୍’ ଗଦି ଛୋଡ୍ ନାରା ଦେଉଥିବା ଜଣାପଡିଛି। ଏହା ଛଡା ଆଜି ଅନ୍ୟାନ୍ୟ ରାଜନୈତିକ ଦଳରୁ ଆସି କଂଗ୍ରେସରେ କିଛି ନେତା ଓ କର୍ମୀ ସାମିଲ୍ ହୋଇଥିଲେ। ଭକ୍ତ ଚରଣ ଦାସ ସେମାନଙ୍କୁ କଂଗ୍ରେସ ନୋଟିସ ଓ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଥିଲେ।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button