BhanjanagarDistrictOdisha
ମା’ଙ୍କ ଅଷ୍ଟମୀ ପୂଜା ; ଉତ୍ସବ ମୁଖର ଭଞ୍ଜନଗର

ଭଞ୍ଜନଗର,୦୧/୧୦ : ଭଞ୍ଜନଗରର ସମସ୍ତ ପୂଜାମଣ୍ଡପରେ ମଙ୍ଗଳବାର ମା’ଙ୍କ ମହାଷ୍ଟମୀ ପାଳିତ ହୋଇଯାଇଛି। ସନ୍ଧ୍ୟାରେ ସନ୍ଧିପୂଜା ଅନୁଷ୍ଠିତ ହୋଇଥିଲା। ଏହାପରେ ୧୦୮ ଦୀପଦାନ ଓ ୧୦୮ ପଦ୍ମଫୁଲ ଅର୍ପଣ କରାଯାଇଥିଲା। ସନ୍ଧ୍ୟାରେ ପୂଜାମଣ୍ଡପ ଗୁଡ଼ିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ନଗରପାଳ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ବିଭିନ୍ନ ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିଥିଲେ। ଭଞ୍ଜନଗର ଜଳସେଚନ ବିଭାଜନ, ଭଞ୍ଜସାହିତ୍ୟ ପରିଷଦ, ଓଏସଆରଟିସି କର୍ମଚାରୀ ସଂଘ ସମେତ ଖାଲାସାହି ବିଶ୍ବଜନନୀ କଳା ପରିଷଦ ପକ୍ଷରୁ ପୂଜା ଜାରି ରହିଛି।

ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପୂଜା ପାଇ ଭଞ୍ଜନଗର ସହର ଉତ୍ସବ ମୁଖର ହୋଇ ଉଠିଛି। ଆସନ୍ତା ୫ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବା।