ଭଞ୍ଜନଗରରେ କନ୍ୟା ପୂଜନ ବିଧି ୯ ଟି ରୂପରେ ପୂଜା ପାଆନ୍ତି କୁନି କୁନି ଝିଅ

ଭଞ୍ଜନଗର,୩୦/୯: ଦଶହରା ପୂଜା ଅବସରରେ ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଘରେ ଘରେ ଉତ୍ସବର ମାହୋଲ ହୋଇଥିବା ବେଳେ ପୂଜା ବଜାର ଓ ଅସ୍ଥାୟୀ ପୂଜା ମଣ୍ଡପରେ ପ୍ରବଳ ଭିଡ ସମାଗମ ହେଉଛି। ତେବେ ଏହି ପୂଜା ସମୟରେ ଅନେକ ପରମ୍ପରା ଓ ରୀତିନୀତି ମଧ୍ୟ ଦେଖିବାକୁ ମିଳିଥାଏ। ମାତୃଶକ୍ତି ହିଁ ସକଳ ଶକ୍ତିର ଆଧାର ବୋଲି ବିବେଚନା କରାଯାଏ। ତେଣୁ ନବରାତ୍ରୀରେ ନବ ଦିନାତ୍ମକ ପୂଜା ସହିତ କନ୍ୟା ପୂଜନର ବିଧି ରହିଛି।

ନବରାତ୍ର ସମୟରେ ଜଗତଜନନୀ ମା’ ଦୁର୍ଗାଙ୍କୁ ୯ଟି ରୂପରେ ପୂଜା କରାଯାଇଥାଏ । ନବମୀ ଦିନ କନ୍ୟା ପୂଜନ ପରମ୍ପରା ଅନୁଯାଇ ପାଳନ ହେଉଥିବା ମଧ୍ୟ ଦେଖିବାକୁ ମିଳେ।ଭଞ୍ଜନଗର ସହରର ବିଭିନ୍ନ ପରିବାର ପକ୍ଷରୁ ଧୁମଧାମରେ ହୋଇଛି ଏହି କନ୍ୟା ପୂଜନ। ଛୋଟ ଛୋଟ ଝିଅ ମାନଙ୍କୁ ଦେବୀଙ୍କ ନଅଟି ସ୍ୱରୂପରେ ସୁସଜ୍ଜିତ କରି ପୂଜା କରିଥାନ୍ତି ବ୍ରତଧାରୀ। ଏହି ନବ ଦିନାତ୍ମକ ପୂଜାରେ ବ୍ରତଧାରୀ ମାନେ ଉପବାଶ କରିବା ସହ ଦେବୀଙ୍କ ନଅ ଗୋଟି ସ୍ବରୁପକୁ ପଜା କରିଥାନ୍ତି।

ମଥାରେ କୁମକୁମ୍, ପାଦରେ ଅଳତା ଓ ମୁଣ୍ଡରେ ଓଢ଼ଣୀ ପକାଇ ସଜେଇ କୁନିକୁନି ଝିଅଙ୍କୁ ପୂଜା କରାଯାଇଥାଏ। ଅନେକ ପରିବାର କନ୍ୟା ପୂଜନ ଘରେ ପରିଥିବା ଦେଖିବାକୁ ମିଳିଥିଲା। ଝିଅମାନଙ୍କୁ ପୂଜା କରିବା ସହ ସେମାନଙ୍କୁ ମୁଣ୍ଡିଆ ମାରିଥିଲେ ଓ ଉପହାର ମଧ୍ୟ ପ୍ରଦାନ କରିଥିଲେ ବ୍ରତଧାରୀ। ଘରେ ଘଟ,ଅଖଣ୍ଡ ଦୀପ ବସାଇ ୯ ଦେବୀ ରୂପୀ ଶକ୍ତି ଉପାସନାର ପ୍ରତୀକ ସ୍ୱରୂପ କନ୍ୟା ପୂଜା ଅନୁଷ୍ଠିତ ହୋଇଥିବା ଜଣାପଡିଛି।