District

ପ।ଣିରେ ବୁଡି ଶିଶୁ ମୃତ

ପାଣିରେ ବୁଡ଼ି ଶିଶୁ ମୃତ

ଉମରକୋଟ, ୩୦/୯:ପାଣି ଗାତରେ ପଢ଼ି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନରେ । ମୃତ ଶିଶୁପୁତ୍ର ଜଣକ ହେଲେ ଘୋଡ୍ । ଖୁଟା ଗ୍ରାମର ତପନ ଭତରା (୩.୮)। ମିଳିଥିବା ସୂଚନା ଅନୁସାରେ ଗାଁରେ ଆଜି ଦଶାହ କାର୍ଯ୍ୟ ଚାଲିଥିଲା । ତପନ ଜେଜେ

ବାପାଙ୍କ ସହିତ ସେହି ଦଶାହ କାର୍ଯ୍ୟକୁ ଯାଇଥିଲେ । ସେଠାରେ ଖେଳୁଥିବା ସମୟରେ ନିକଟରେ ଥ‌ିବା ପାଣି ଗାତରେ ପଡ଼ି ଯାଇଥିଲେ । କିଛି ସମୟ ପରେ ତପନଙ୍କ କେଳେ ବାପା ତପନକୁ ଖୋଜିଥିଲେ । କିନ୍ତୁ ତପନକୁ ପାଇ ନଥିଲେ । କିଛି ସମୟ ପରେ ତପନ ପାଣି ଗାତରେ ଭାସୁଥିବା ଦେଖୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଉଦ୍ଧାର କରି ଏକ ଗାଡି

ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ଡାକ୍ତରଖାନାରେ ଡାକ୍ତର ତପନକୁ ମୃତ ଘୋଷଣା କରିଥିଲେ । ସଂଧ୍ଯା ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଖବର ଲେଖା ହେବା ପର୍ଯ୍ୟନ୍ତ ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ କୈାଣସି ଲିଖୁତ ଅଭିଯୋଗ ହୋଇନାହିଁ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button