BhanjanagarDistrictOdisha

ହାତୀ ସହ ସେଲ୍ଫି ନେବା ପାଇଁ ପ୍ରତିଯୋଗିତା

ଭଞ୍ଜନଗର,୨୯/୯ : ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ସୋମବାର ସୁଧା ୫୨ଟି ହାତୀଥିବା ଜଣାପଡିଛି। ସନ୍ଧ୍ୟା ହେଲେ ହାତୀମାନେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ବ୍ୟାପକ କ୍ଷତି କରୁଛନ୍ତି।ସୋମବାର ସନ୍ଧ୍ୟାରେ ଗୋଟିଏ ଦନ୍ତା ହାତୀ ବୁଦୁଲି ନିକଟରେ ଜାତୀୟ ରାଜପଥ ପାର ହୋଇଥିଲା। କିନ୍ତୁ ଲୋକେ ଏହି ସମୟରେ ହାତୀ ସହ ସେଲ୍ଫି ନେବା ପାଇଁ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଥିଲା ।

ପରେ ହାତୀଟି ସାଧାରଣ ଲୋକ ଏବଂ ବନ ବିଭାଗ କର୍ମଚାରୀଙ୍କୁ ଗୋଡ଼ାଇଥିଲା। ବନ କର୍ମଚାରୀ ଏବଂ ସାଧାରଣ ଜନତା ଭୟରେ ଦୌଡ଼ି ପଳାଇ ଜୀବନ ରକ୍ଷା କରିଥିବା ଜଣାପଡ଼ିଛି। ଜାତୀୟ ରାଜପଥ ଉପରେ ଦନ୍ତା ହାତୀ ଏବଂ ମଣିଷ, ବନ ବିଭାଗ କର୍ମଚାରୀ ଗୋଡାଗୋଡ଼ି ହୋଇଥିଲେ। ଅପରପକ୍ଷେ ଦନ୍ତା ହାତୀର ରାଜପଥ ଉପରେ ଆତଙ୍କ ଯୋଗୁ ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ବହୁ ସଂଖ୍ୟକ ଗାଡି ଅଟକି ରହିଥିଲା ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button