ମକ। ବ।ଡ ନିକଟ ଗଛରୁ ମହିଳାଙ୍କ ଗଳିତ ଝୁଲନ୍ତା ଶବ ଉଦ୍ଧାର
ମକା ବାଡ଼ ନିକଟ ଗଛରୁ ମହିଳାଙ୍କ ଗଲିତ ଝୁଲନ୍ତା ଶବ ଉଦ୍ଧାର
ଝରିଗାଁ, ୨୯ ।୯: ଝରିଗାଁ ଥାନା ଅଧୀନ କୁଟିରି ଛାପର ପଞ୍ଚାୟତ ଅନ୍ତର୍ଗତ ଢେପ ଗୁଡା ମକା କ୍ଷେତ ନିକଟ ଗଛରେ ଆ ଆଜି ଜଣେ ମହିଳାଙ୍କ ଗଳିତ ଝୁଲନ୍ତା ଶବ ଗବ ଠାବ ହୋଇଛି। ମୃତ ମହିଳା ଜଣକ ହେଲେ ଶୁମତି ଗୌଡ଼ (୨୩) ସ୍ଵାମୀ ପଦ୍ମ ଗୌଡ଼ । ପୋଲିସର ସୂଚନା ପ୍ରକାରେ ର । ଗତ ୨୦୨୩ ମସିହାରେ ଉମରକୋ ରକୋଟ ଥାନା ଅଧୀନ ଖାଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେଓପୁର ଗ୍ରାମର ସ୍ୱର୍ଗତ ନିଳକଣ୍ଠ ଗୌଡ଼ଙ୍କ ଝିଅ ସୁମତି ଗୌଡ ୟସ ହାଣ୍ଡି ଗେଁ ବାହ ମୃତ ୟସ ( ୨୩ ) ଢ଼େପଗୁଡା ଗ୍ରାମର ଗୌଡଙ୍କର ପୁଅ ପଦ୍ମ ଗୌଡ଼ ବୟସ (୨୬)ଙ୍କ ସହ ବିବାହ ହୋଇଥିଲା। ଗତ ୩ମାସ ପୂର୍ବେ ସୁ ମତି ଙ୍କ ଗର୍ଭ ରୁ ଶି ଶୁ ର ଜନ୍ମ ହାଇଥିଲା। ଜନ୍ମିତ ଶିଶୁର ସ୍ବାସ୍ଥ୍ୟ ଗୁରୁତର ହୋଇ ମୃତ୍ୟୁ ହୋଇଥିଲା। ଶିଶୁକୁ ହରାଇ ମହିଳାଙ୍କ ମାନସିକ ସ୍ଥିତି ସ୍ବାଭାବିକ ନଥୁଲା । ଚଳିତ ମାସ ୨୦-୦୯-୨୦୨୫ ରିଖ ଶନିବାର ଦିନ ଭୋର ସକାଳୁ ଶୌଚ କରି ବାକୁ ହାତରେ ଗୋଟିଏ ବାଲ୍ଟି ଧରି ବାହାରିଥିଲେ। ସେହି ସମୟଠାରୁ ସୁମତି ଘରକୁ ଫେରିନଥିଲେ। ପରିବାର ଲୋକେ ସବୁଆଡେ ଖୋଜିଥିଲେ।
ଏନେଇ ମୃତାଙ୍କ ଭାଇ ଫଗୁଣୁ ଗୌଡ଼ ଝରିଗାଁ ଥାନାରେ ଏତଲା ଦେଇ ସନ୍ଧାନ ଜାରି ରଖୁଥିଲେ । ଆଜି ଗାଁ ନିକଟ ମକା କ୍ଷେତରେ ରହିଥିବା ଗୋଟିଏ ଗଛରେ ପରିବାର ଲୋକେ ମହିଳାଙ୍କ ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ମହିଳାଙ୍କ ମୃତ୍ୟୁ ନିହାତି ୫ ଦିନରୁ ଉଦ୍ଧ ହେବ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ପ୍ରକାଶ କରିଛି । ଝରି ଗାଁ ଥାନା ଅଧ୍କାରୀ ପ୍ର ଦୀନ ମାର ଶବରଙ୍କ ନିର୍ଦ୍ଦେଶନାରେ ସବ୍ ଇନ୍ସପେକ୍ଟର ଲକ୍ଷ୍ମୀ ନାରାୟଣ ଦୋରାଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ସାଇଣ୍ଟି ଫିକ ଟିମ ସହାୟତାରେ ତଦନ୍ତ ଚାଲିଥିବା ପୋଲିସ ତଦନ୍ତ ଅଧିକାରୀ ଶ୍ରୀ ଦୋରା ସୂଚନା ଦେଇଛନ୍ତି। ଶବ ଜବତ ସମୟରେ ତହସିଲଦାର ସୁମନ୍ତ ପାତ୍ର ଏବଂ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡାକ୍ତର ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲେ । ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୁଚନା ଦେଇଛି ।