District

ମହିଳାଙ୍କ ବେକରୁ ସୁନ। ଚେନ୍ ଚିଣ୍ଡା ଇ ନେଇ ଗଲେ ଦୁବୃର୍ତ୍ତ

ମହିଳାଙ୍କ ବେକରୁ ସୁନ। ସୁନାଚେନ୍ ଛିଣ୍ଡାଇ ନେଇଗଲେ ଦୁର୍ବୃତ୍ତ

ରାୟଗଡ଼ା, ୨୯/୯ : କିଛି ଦିନର ନୀରବତା ପରେ ପୁଣି ମାତିଛନ୍ତି ଲୁଟେରା। ଦୁଇ ଦିନ ପୂର୍ବେ କଲ୍ୟାଣସିଂହପୁର ଠାରେ ଜଣେ ବୃଦ୍ଧାଙ୍କ କାନ ଛିଣ୍ଡାଇ ଅଳଙ୍କାର ନେଇଥିବା ବେଳେ ଆଜି ରାୟଗଡ଼ା ସହରରେ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇଗଲେ ଦୁର୍ବୃତ୍ତ । ରାୟଗଡ଼ା ସହରର ଟ୍ରେଜେରି ରୋଡରେ ଆଜି ସକାଳ ପ୍ରାୟ ୭ ଟା ବେଳେ ଏହି ଘଟଣା ଘଟିଛି। ଲୁଟ୍ ପରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି। ଲୁଟର ଶିକାର ମହିଳା ହେଲେ ନରମତି ଜଗଦମ୍ବା। ଘଟଣାରୁ ପ୍ରକାଶ ଯେ, ଜଗଦମ୍ବା ଆଜି ସକାଳୁ କ୍ଷୀର କିଣିବା ପାଇଁ ଦୋକାନ ଆସିଥିଲେ । କ୍ଷୀର କିଣି ଘରକୁ ଫେରିବା ବେଳେ ଦୁଇ ଜଣ ଦୁର୍ବୃତ ବାଇକରେ ଆସି ଜଗଦମ୍ବାଙ୍କୁ ଆକ୍ରମଣ କରି ତାଙ୍କ ବେକର ସୁନାଚେନ୍ ଛିଣ୍ଡାଇ ନେଇଥିଲେ। ଜଗଦମ୍ବା ଏହାପରେ ତଳେ ପଡି ଯାଇଥିଲେ।

ତାଙ୍କର ପାଟି ଶୁଣି ସାହି ବାସିନ୍ଦା ପହଞ୍ଚି ଉଦ୍ଧାର କରି ପରିବାର ଲୋକଙ୍କୁ ସୂଚନା ମୁନିଗୁଡା଼ ଖବର ବରପାଇ ପରିବାର ଲୋକେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ବିଭିନ୍ନ ସ୍ଥାନରେ କ୍ଷତ ପହଞ୍ଚିଛି। ଏନେଇ ରାୟଗଡ଼ା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ଅଭିଯୋଗ ହସ୍ତଗତ ହେବାପରେ

ପୁଲିସ ତଦନ୍ତ ଚଳାଇଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button