ଜିଲ୍ଲା ପ୍ରକଳ୍ପ ପରିଚ।ଳନ। ୟୁନିଟି ବୈଠକ
ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ର ବୈଠକ
ନବରଙ୍ଗପୁର, ୨୭/୯ : ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ କମିଟିର ବୈଠକ ନବରଙ୍ଗପୁର ଜିଲ୍ଲାପାଳ ଡ ମହେଶ୍ଵର ସ୍ଵାଇଁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । କମିଟି ର ଆବାହକ ତଥା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧକ୍ଷ ଡ ଓଁକାର ପଟ୍ଟନାୟକ କମିଟିର ଆଭିମୁଖ୍ୟ ଓ କାର୍ଯ୍ୟାବଳୀ ବିଷୟରେ ତଥ୍ୟ ଉପସ୍ଥାପନା କରିଥିଲେ । ଡିଆଇଇ ଅନୁଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ତଥା କମିଚି ସ ସଭ୍ୟ ମୂର୍ତ୍ତି କୁମାର ପିପିଟି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ବିଷୟରେ ମାଧ୍ଯମରେ ତଥା ସବି ବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ। କମିଟିର ଅଧକ୍ଷ ତ ନବରଙ୍ଗପୁ ଙ୍ଗପୁର ର ଜିଲ୍ଲାପାଳ ପ୍ରଥମେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମାନସିକତା ପରିବର୍ତ୍ତନର ଆବଶ୍ୟକତା ରହିଛି ଯାହାଦ୍ୱାରା କି ଏସ୍ଏଲ ଏନ୍ କାର୍ଯ୍ୟକ୍ରମ ସଫଳ ହୋଇପାରିବ ବୋଲି କହିଥିଲେ । ଉପାଧ୍ଯକ୍ଷ ତଥା ଜିଲ୍ଲା ଶିକ୍ଷା ଅଧୂକାରୀ ଛତ୍ରପତି ସାହୁ ଜିଲ୍ଲାରେ କରାଯାଉଥିବା ବିଭିନ୍ନ ଏଫ୍ ଏଲ ଏନ୍ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ। ଡକ୍ଟର ମଳୟ କୁମାର୍ ତ୍ରିପାଠୀ ପିଲାମାନଙ୍କ ସ୍ଵାସ୍ଥ୍ୟ ସମସ୍ୟା ଓ ନିରାକରଣ ଉପରେ ଗୁରୁତ୍ବାରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ପ୍ରୋଗ୍ରାମ ଅଫିସର କଳ୍ପନା ମହାକୁଡ, ଏ ଡି ଡ଼ବ୍ଲୁ ଓ ଭାରତ ଚନ୍ଦ୍ର ସାହୁ, ବି ଇ ଓ, ତେନ୍ତୁଳିଖୁଣ୍ଟି ସୁଦୀପ୍ତ କୁମାର ଦାସ, ପିରାମଲ୍ , ନୀଳାଚଳ ମେହେର, ମନସ୍ତିନୀ ଉପସ୍ଥିତ ଥିଲେ । ଶେଷ ରେ ଅନୁଷ୍ଠାନ ର ଶିକ୍ଷକ ପ୍ରଶିକ୍ଷକ ପଲ୍ଲବୀ ସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ।