BhanjanagarDistrictEducationOdisha

ଗାଲେରୀ କଲେଜ ରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ

ଭଞ୍ଜନଗର,୨୬/୯ : ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ରେ ନୂତନ ଭାବେ ଯୋଗ ଦେଇ ଥିବା ଛାତ୍ରଛାତ୍ରୀ ଙ୍କୁ କଲେଜ ତରଫରୁ ସ୍ବାଗତ କରାଯାଇଥିଲା। ଏହି ଉତ୍ସବ ରେ କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ସଭାପତି ରୂପେ, ଇତିହାସ ବିଭାଗ ପ୍ରାଧ୍ୟାପକ ରଙ୍କନିଧି ପ୍ରଧାନ ଓ ବିରୁପାକ୍ଷ ସାହୁ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ଥିଲେ। ଛାତ୍ରୀ ଭାରତୀ ଗୌଡ ଅତିଥି ମାନଙ୍କୁ ଚନ୍ଦନ ଟୀକା ପ୍ରଦାନ କରି ଥିଲେ। ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଛାତ୍ରୀ ମନସ୍ମିତା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଥିଲେ। ଦ୍ଵିତୀୟ ବର୍ଷର ଛାତ୍ର ରାଜେଶ କୁମାର ଦାଶ ଓ ତୃତୀୟ ବର୍ଷ ଛାତ୍ର ସମୀର ଗୌଡ ଓ ଶ୍ରୀକାନ୍ତ କୁମାର ଛାତ୍ରଛାତ୍ରୀ ଙ୍କ ତରଫ ରୁ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ଜଣାଇ ଥିଲେ। ଏହା ପରେ ମଞ୍ଚ ମଣ୍ଡନ କରି ଥିବା ଅତିଥି ମାନେ ନବାଗତ ଛାତ୍ରଛାତ୍ରୀ ଙ୍କୁ ଆଶୀର୍ବଚନ ପ୍ରଦାନ ପୂର୍ବକ ସମୟାନୁବର୍ତୀତା, ଶାନ୍ତି ଶୃଙ୍ଖଳା ରକ୍ଷା କରି ଶ୍ରେଣୀ ଗୃହରେ ଉପସ୍ଥିତ ହୋଇ ବିଦ୍ୟା ଅଧ୍ୟୟନ କରି କଲେଜ ର ଶୈକ୍ଷିକ ବାତାବରଣକୁ ବଜାୟ ରଖି ନିଜ ନିଜର ଅଭିଭାବକମାନଙ୍କ ସ୍ୱପ୍ନ ସାକାର କରିବା ସହ କଲେଜର ଗର୍ବ ଗୌରବ କୁ ବହୁଗୁଣିତ କରି ଶିକ୍ଷାର୍ଥୀ ଜୀବନ କୁ ସାକାର କରିବା ପାଇଁ ଉପଦେଶ ପ୍ରଦାନ କରିଥିଲେ। କଲେଜରେ ନୂତନ ଭାବେ ଅଣ ଶିକ୍ଷକ ରୂପେ ଯୋଗଦେଇ ଥିବା ପ୍ରଶାନ୍ତ କୁମାର ଗୌଡ ଙ୍କୁ ମଧ୍ୟ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କ ତରଫରୁ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଉପଢୌକନ ପ୍ରଦାନ କରି ସ୍ଵାଗତ ଜଣାଇ ଥିଲେ। ସ୍ୱାଗତ ଉପହାର ରୂପେ ପ୍ରତ୍ୟେକ ନବାଗତ ଛାତ୍ରଛାତ୍ରୀ ଙ୍କୁ ଦୀର୍ଘ ଦିନ ରୁ ପ୍ରଚଳିତ ପ୍ରଥା ଅନୁସାରେ ଗୋଟିଏ ଗୋଟିଏ ଶ୍ରୀମଦ୍ ଭଗବତ୍ ଗୀତା ପ୍ରଦାନ କରାଯାଇଥିଲା। ପରିଶେଷରେ ଛାତ୍ରୀ ଗୀତିକା ଜାନୀ ଓ ବିରୁପାକ୍ଷ ସାହୁ ଅନ୍ତିମ ସଙ୍ଗୀତ ଗାନ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ ଓ ଅତିଥି ମାନେ ଆହେ ଦୟାମୟ ବିଶ୍ବବିହାରୀ ସଙ୍ଗୀତ ଗାନ କରିଥିଲେ। ଛାତ୍ର ରାଜେଶ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଦୁର୍ଗା ମାଧବ ଦାଶ ବେଦପାଠ କରିବା ସହ ସଭା ସଂଯୋଜନା କରିଥିଲେ। ପରିଚାଳନା ରେ ପବିତ୍ର, ଶ୍ରୀକାନ୍ତ, ରୁଦ୍ରନାରାୟଣ,ଭାରତୀ, ଝୁଲି, ଆକାଶ, ରାକେଶ ଓ ଅନ୍ୟ ମାନେ ସହଯୋଗ କରିଥିଲେ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button