
୭ଦଫା ଦାବିକୁ ନେଇ ଏହି ଆନ୍ଦୋଳନ ଚାଲିଛି। ୩ଟି ବ୍ଲକର ଗ୍ରାମପଞ୍ଚାୟତର କର୍ମଚାରୀମାନେ ସଂଘର ନିଷ୍ପତି ଅନୁସାରେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସଭାପତିଙ୍କ କହିବା ଅନୁସାରେ ଯେପର୍ଯ୍ୟନ୍ତ ଜିଲ୍ଲା କିମ୍ବା ରାଜ୍ୟ ସରକାର ପକ୍ଷରୁ ସେମାନଙ୍କ ଦାବିଗୁଡିକର ସମାଧାନ ହେବ ନାହିଁ, ସେପର୍ଯ୍ୟନ୍ତ ଧାରଣା ଜାରି ରହିବ।ସରକାର ପକ୍ଷରୁ ସତ୍ୱର ସମାଧାନ ନମିଳିଲେ, ଆଗାମୀ ଦିନରେ ରାଜଧାନୀରେ ବଡ଼ ପ୍ରତିବାଦ ଆନ୍ଦୋଳନ କରିବାକୁ ସଚେତାବନି ଦେଇଛନ୍ତି ସଂଘ ପକ୍ଷରୁ ।


