BhanjanagarDistrictOdisha

ଉତ୍ତର ଘୁମୁସର ବନଖଣ୍ଡରେ ବନାଞ୍ଚଳ ଉନ୍ନୟନ ସମୀକ୍ଷା

ଭଞ୍ଜନଗର,୨୫/୯ : ଜାଇକା ଅନୁଦାନ କ୍ରମେ ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟକାରୀ ହେଉଥିବା ଓଡିଶା ବନ ଉନ୍ନୟନ ପ୍ରକଳ୍ପ-୨ ବାର୍ଷିକ ସମୀକ୍ଷା ବୈଠକ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଛି। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଫୁଲବାଣୀ ଡିଏଫ୍ଓ ପ୍ରତାପ କଟାପାଲ୍ଲୀ,ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିପାଶା ପାରୁଲ,ରାଜ୍ୟ ପ୍ରକଳ୍ପ ଅଧିକାରୀ ଡ.ମମତା ମିଶ୍ର ପ୍ରମୁଖ ଏହି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି। ସଠିକ ସମ୍ମନ୍ବୟ ରଖି ଜଙ୍ଗଲର କଳେବର ବୃଦ୍ଧି କରିପାରିଲେ ବନ୍ୟ ସମ୍ପଦ ସୁରକ୍ଷିତ ହେବା ସହ ଜଙ୍ଗଲର ଘନତ୍ବ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଥିଲା।

ଏଥିରେ ସମ୍ମାନୀତ ଅତିଥି ଭାବେ ସିଡିଭିଓ ଡା.ଅଞ୍ଜନ ଦାସ,ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦିପ ପଟ୍ଟନାୟକ,ଭଞ୍ଜନଗର ଜିଲ୍ଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର,ଜିଲ୍ଲା ମତ୍ସ୍ୟ ଅଧିକାରୀ ଭରତ ଭୂଷଣ ସାହୁ,ନଗରପାଳ ଗୋପବନ୍ଧୁ ମହାପାତ୍ର,ଡେପୁଟି କଲେକ୍ଟର ସୁମନ ଘୋଷ,ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ଇତିଶ୍ରୀ ପ୍ରିୟଦର୍ଶନୀ,କେଭିକେ ବୈଜ୍ଞାନିକ ଡା.ସୁତୁନୁ ଶତପଥୀ,ଅଗ୍ନିଶମ ଅଧିକାରୀ ଚକ୍ରଧର କହଁର,ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହି ପ୍ରକଳ୍ପ ବିଷୟରେ ଆଲୋକପାତ କରିଥିଲେ। ପ୍ରତି ରେଞ୍ଜ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂର୍ପକରେ କହିବା ସହ ଭିଏସ୍ଏସ୍ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂର୍ପକରେ ଆଲୋକପାତ କରିଥିଲେ। ।

ଏହି ଅବସରରେ ଉତ୍ତମ କର୍ମଚାରୀ,ଭିଏସ୍ଏସ୍ କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏସିଏଫ୍ ବିବେକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ତାରସିଂ ରେଞ୍ଜର ପ୍ରଶାନ୍ତ ବେହେରା,ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତାରାଣୀ ପଣ୍ଡା,ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ,କେନ୍ଦ୍ରୀୟ ରେଞ୍ଜର ପୃଥିବୀରାଜ ପ୍ରଧାନଙ୍କ ସମେତ ବନପାଳ, ବନରକ୍ଷୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button