DistrictEducationMalkangiriOdisha

ଏମଭି 68 ଉଚ୍ଚ ବିଦ୍ୟାଳୟ ରୁ ସାମଗ୍ରୀ ଚୋରି ଛୁଟିଦିନରେ ବିଦ୍ୟଳୟରେ ପଶିଥିବା 3 ପିଲାଙ୍କ ଭିଡିଓ ଭାଇରାଲ ଛାତ୍ର ମାନଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ

କାଲିମେଳା, ୨୪/୦୯: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଅନ୍ତର୍ଗତ ଏମଭି ୬୮ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୁ କିଛି ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ରେ ସେହି ବିଦ୍ୟାଲୟରେ ପାଠ ପଢୁଥିବା ୩ ଜଣ ଛାତ୍ର ଙ୍କୁ ଦୋଷାରୋପ କରାଯାଇ ସେମାନଙ୍କୁ ମାନସିକ ନିର୍ଯ୍ୟାତନ ଦିଆ ଯାଉଥିବା ଅଭିଯୋଗ ହୋଇଛି l

ଏଥିସହ ଚୋରି କରିଥିବା ଛାତ୍ର ମାନଙ୍କ ପରିବାରକୁ ୪ ଲକ୍ଷ ୧୦ ହଜାର ଟଙ୍କା ବିଦ୍ୟାଳୟ କୁ ପୈଠ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି l ବିଦ୍ୟଳୟ ଦଣ୍ଡ ମୁକ୍ତ ଅଞ୍ଚଳ ହୋଇଥିବା ବେଳେ ଏହି ଶିକ୍ଷାନୁଷ୍ଠାନ ରେ ଛୋଟ ପିଲା ମାନଙ୍କୁ ମାନସିକ ନିର୍ଯ୍ଯାତନା ଦେବା ଶିକ୍ଷା ବିଭାଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି l

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏହି ଘଟଣାରେ କୌଣସି ପ୍ରକାର ପଦକ୍ଷେପ ନ ନେଇ ଚୁପ ହୋଇ ବସିବା ଘଟଣାକୁ ଆହୁରି ସନ୍ଦେହ ସୃଷ୍ଟି କରିଛି l ସୂଚନା ଅନୁଯାଇ ଏମଭି ୬୮ ବିଦ୍ୟଳୟ ରେ ପଞ୍ଚମ, ଷଷ୍ଠ ଏବଂ ଅଷ୍ଟମ ଶ୍ରେଣିରେ ପଡୁଥିବା ନିକଟସ୍ଥ ଏମପିଭି – ୭୫ ଗ୍ରାମର ୩ ଜଣ ଛାତ୍ର ଗତ ତା ୧୪/୦୯/୨୦୨୫ ରିଖ ରବିବାର ଦିନ ବିଦ୍ୟାଳୟରେ ପ୍ରବେଶ କରି ଅଫିସ କାର୍ଯ୍ୟାଳୟ ଟେବୁଲ ଉପରେ ଥିବା ଚାବି କୁ ବାହାର କରି ଏକ କୋଠାରୀରେ ରଖା ଯାଇଥିବା ପାଣି ଏକୁଆଗାର୍ଡ଼ ମେସିନ ଖୋଲାଖୋଲି କରୁଥବା ସମୟରେ ବିଦ୍ୟଳୟ ସମ୍ମୁଖରେ ରହୁଥିବା ଏମଭି ୬୮ ଗ୍ରାମର ସାଧନ ଶର୍କରା ପିଲାମାନଙ୍କ ପଛରେ ଯାଇ ସେମାନଙ୍କର ଭିଡିଓ କରି ଆଣିଥିଲେ l

ପରେ ଜଣା ପଡିଥିଲା ଯେ ବିଦ୍ୟାଳୟର ଅନ୍ୟ ଏକ କୋଠାରୀରେ ଥିବା ଟିଭି, କମ୍ପ୍ୟୁଟର, ସ୍ପିକର, ଫିଜିଓଥେରାପି ସାମଗ୍ରୀ, ସ୍ପିଚ୍ ଥେରାପି ସାମଗ୍ରୀ ସହ ଅନ୍ୟନ୍ୟ ସମାଗ୍ରୀ ଚୋରି ହୋଇଥିବା ବେଳେ କିଛି ସାମଗ୍ରୀ ଖୋଲାଖୋଲି କରାଯାଇ ଏଣେତେଣେ ପଡିଥିବା ଦେଖିବାକୁ ମିଳିଥିଲା l

ଏ ନେଇ ବିଦ୍ୟଳୟ ପରିଚାଳନା କମିଟି ବିଦ୍ୟାଳୟରୁ ଚୋରି ହୋଇଥିବା ନେଇ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ମଧ୍ଯ ବିଦ୍ୟଳୟ ପରିଦର୍ଶନ କରି ତଦନ୍ତ କରିଥିବା ଜଣା ପଡିଛି l ତେବେ ଏ ସଂକ୍ରାନ୍ତରେ ବିଦ୍ୟଳୟ ର ପ୍ରଧାନ ଶିକ୍ଷୟତ୍ରୀ ରୀତା ହାଲଦାର ଙ୍କୁ ପଚାରିବାରୁ ବିଦ୍ୟଳୟ ରୁ କଣ ଏବଂ କେତେ ଟଙ୍କାର ଜିନିଷ ଚୋରି ହୋଇଛି ସେ ନେଇ ସଠିକ ଭାବରେ ସୂଚନା ଦେଇ ପାରି ନ ଥିଲେ l

ବିଦ୍ୟଳୟ ଚୋରି ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ କାହିଁକି ନିଜ ଆଡୁ ଏତଲା ଦେଲେ ନାହିଁ ତାହା ସନ୍ଦେହ ସ୍ରୁଷ୍ଟି କରିଛି l ଅନ୍ୟ ପକ୍ଷରେ ବିଦ୍ୟାଳୟର ସମସ୍ତ କୋଠାରୀର ଚାବି ସୁରକ୍ଷିତ ଭାବେ ରଖା ନ ଯାଇ ଟେବୁଲ ଉପରେ ରଖିବା ବିଦ୍ୟଳୟ କର୍ତ୍ତୁପକ୍ଷ ଙ୍କ ଦାୟିତ୍ଵ ହୀନତା ପ୍ରମାଣ କରୁଛି l

ଏଥିସହ ଏପଟେ ବିଦ୍ୟାଳୟରେ ପଶିଥିବା ୩ ଛାତ୍ରଙ୍କ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ବେଳେ ଛାତ୍ର ମାନଙ୍କ ଆତ୍ମସମ୍ମାନ ହାନି ହୋଇଥିବା ସେମାନଙ୍କ ଅବିଭାବକ ଅଭିଯୋଗ କରିଛନ୍ତି l

ଏ ନେଇ ଏମପିଭି ୭୫ ଗ୍ରାମର ଉତ୍ତମ ମଜୁମଦାର, ନାରାୟଣ କୀର୍ତ୍ତନିଆ, ଦୀପଙ୍କର, ସନା ସୁମିତ୍ର ବିଶ୍ବାସ, ସୁମିତ ମଜୁମଦାର ଅଭିଯୋଗ କରିଛନ୍ତି ଯେ ଆମ ପିଲାମାନଙ୍କର ଭିଡିଓ ଭାଇରାଲ କରା ଯାଇ ସେମାନଙ୍କୁ ମାନସିକ ଆଘାତ ଦିଆ ଯାଇଛି l

ପିଲାମାନେ ବିଦ୍ୟାଳୟକୁ ଆସିଲେ ଜୈନେକ ଶିକ୍ଷକ ପିଲାଙ୍କୁ ଚୋର ବୋଲି ଆକ୍ଷେପ କରି କଥାବାର୍ତ୍ତା କରୁଥିବା ଅଭିଯୋଗ କରିଛନ୍ତି l ଯାହା ଫଳରେ ସେମାନେ ପାଠ ପଢ଼ିପାରୁ ନାହାନ୍ତି lଚୋରି ହୋଇଥିବା ସମାଗ୍ରୀ ବଦଳରେ ଭାଙ୍ଗି ଯାଇଥିବା ପୁରୁଣା ସମାଗ୍ରୀ ଦେଖାଇ ଆମକୁ ୪ ଲକ୍ଷ ଟଙ୍କା ଦେବାକୁ ବରମ୍ବାର ଦାବି କରୁଥିବା ଅଭିଯୋଗ ହୋଇଛି l

ଆମେ ଗରିବ ଲୋକ ଏତେ ଟଙ୍କା କୌଠୁ ଆଣିବୁ ବୁଲି ସେମାନେ କହିଛନ୍ତି l ତେବେ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି l

୪ ଲକ୍ଷ ଦାବି କରାଯିବା ଘଟଣା ଅଭିଯୋଗ କୁ ପ୍ରଧାନ ଶିକ୍ଷୟିତ୍ରୀ ଭିତ୍ତିହୀନ ବୋଲି କହିଛନ୍ତି l ଏହି ଘଟଣାରେ ଜିଲ୍ଲା ପ୍ରଶାସନ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି l

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button