ବିଦ୍ୟୁତ୍ ଆଘାତରେ କୁଆର ମୃତ୍ୟୁ

ମାଲକାନଗିରି,୨୩/୯: ମାଲକାନଗିରି ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଯାଇଥିବା ବିଦ୍ୟୁତ ଖୁଣ୍ଟ ର ତାର ଉପରେ ଏକ କାକ ପକ୍ଷୀ ବସି ପଢିବା ଯୋଗୁଁ ହଠାତ୍ ବିସ୍ଫୋରଣ ଘଟି ଥିଲା। ଦେଖୁ ଦେଖୁ କାକ ପକ୍ଷୀ ଟି ବିଦ୍ୟୁତ ଖୁଣ୍ଟ ଉପରୁ ମୃତ୍ୟୁ ଅବସ୍ଥାରେ ତଳେ ପଡି ପ୍ରାଣ ହରାଇ ଥିଲା। ତା ସହିତ ଅନ୍ୟ ଏକ କାକ ପକ୍ଷୀ ତାର ଉପରେ ବସିବା ପାଇଁ ପ୍ରୟାସ କରୁଥିବା ବେଳେ ସାଥି କାକ ପକ୍ଷୀର ଅଚାନକ ମୃତ୍ୟୁ ଦେଖି ସେଠାରୁ ଚମ୍ପଟ ମାରିଥିଲା।
ପ୍ରକାଶ ଥାଉ କି ମାଲକାନଗିରି ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ଜଳଖିଆ ହୋଟେଲ ରହିଛି। କାକ ପକ୍ଷୀ ମାନେ ସକାଳେ ସକାଳେ କିଛି ଖାଦ୍ୟ ଅନ୍ବେଷଣରେ ଏଠାକୁ ଆସି ଖାଦ୍ୟ ଖାଇ ଉଡି ଯାଇଥାନ୍ତି। ହୋଟେଲ ମାଲିକ ମଧ୍ୟ କାକ ପକ୍ଷୀ ମାନଙ୍କୁ କିଛି ବଳକା ଖାଦ୍ୟ ସାମଗ୍ରୀ ରଖି ସକାଳେ ପ୍ରଦାନ କରିଥାଏ । ଏଣୁ କିଛି କାକ ପକ୍ଷୀ ଅଭ୍ୟାସ ଗତ ଭାବେ ଏଠାକୁ ସକାଳେ ଆସିଥାନ୍ତି। ହୋଟେଲ ମାଲିକ ଜଣେ ପକ୍ଷୀ ପ୍ରେମୀ ହେତୁ ତାଙ୍କୁ ମନରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।
ପ୍ରକାଶ ଥାଉ କି ଏଭଳି ମୁକ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅନେକ ପକ୍ଷୀର ଅକାଳ ମୃତ୍ୟୁ ଘଟୁଛି। ସେହି ପରି ମାଙ୍କଡ ଭଳି ପଶୁମାନେ ମଧ୍ୟ ବିଦ୍ୟୁତ ଖୁଣ୍ଟରେ ଚଢ଼ି ପ୍ରାଣ ହରାଇଥାନ୍ତି।
ଏଣୁ ଭୂତଳ ବିଦ୍ୟୁତ ତାର ସଯୋଗିକରଣ କଲେ, ହୁଏ ତ ପକ୍ଷୀମାନଙ୍କ ଜୀବନ ସୁରକ୍ଷା ହେବା ସହ ଅନ୍ୟାନ୍ୟ ମାଙ୍କଡ ଭଳି ପଶୁମାନେ ମଧ୍ୟ ସୁରକ୍ଷିତ ହୋଇ ପାରିବେ।