ବିକାଶ ମୂଳକ କାର୍ଯ୍ୟର ଅପପ୍ରଚାର ଅଭିଯୋଗ

ଭଞ୍ଜନଗର,୨୨/୯ : ଭଞ୍ଜନଗର ବ୍ଳକ ବଡ଼କୋଦଣ୍ଡା ପଞ୍ଚାୟତ ଅଧୀନ ଟୋକାଗଣ୍ଡା ଗ୍ରାମରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟକୁ ନେଇ କିଛି କୁଚକ୍ରି ଗୋଷ୍ଠୀ ସୋସିଆଲ ମିଡିଆରେ ଅପପ୍ରଚାର କରାଉଥିବା ଅଭିଯୋଗ ହୋଇଛି।

‘ବିକଶିତ ଗାଁ ବିକଶିତ ଓଡିଶା’ ଯୋଜନାରେ ଗ୍ରାମର ଶିବ ମନ୍ଦିର ପରିସରରେ ଏକ ନୂତନ ଭୋଗ ମଣ୍ଡପ ନିର୍ମାଣ କାର୍ଯ୍ୟ ଜାରି ରହିଛି। ନିର୍ମାଣ କାମ ଠିକ ଚାଲିଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଥିବା ସରପଞ୍ଚ ରେସ୍ମା କୁମାରୀ ନାୟକ ଅଭିଯୋଗ କରିଛନ୍ତି। ବ୍ଳକ ପ୍ରଶାସନ ଓ ଯନ୍ତ୍ରୀଙ୍କ ନିର୍ଦେଶ ପ୍ରକାରେ କାଯ୍ୟ ସୁଚାରୂପେ ଚାଲିଛି।

ବିକାଶ ମୂଳକ କାର୍ଯ୍ୟରେ ରାଜନୈତିକ ଅଭିସନ୍ଧି ରଖି ଏଭଳି ଅପପ୍ରଚାର କରାଯିବା ସହ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଏହି କାମ କରାଇ ଦେବୁ ନାହିଁ କହିବା ସହ ପୂର୍ବରୁ ପିସି ମାଗିଥିବା ସରପଞ୍ଚ ଶ୍ରୀମତୀ ନାୟକ ଅଭିଯୋଗ କରିଛନ୍ତି। ଏନେଇ ବ୍ଳକ ପ୍ରଶାସନକୁ ଅବଗତ କରାଯାଇଥିବା ବେଳେ ଆଇନର ଆଶ୍ରୟ ନିଆଯିବ ବୋଲି ସେ କହିଛନ୍ତି।