District

ସ।ପ କ।ମୁଡ। ଓ ବଜ୍ରପାତ ସଚେତନ। ତଥା ପ୍ରାଥମିକ ଚିକିତ୍ସା କୌଶଳ ତାଲିମ କାର୍ଯ୍ୟକ୍ରମ

ସାପ କାମୁଡା ଓ ବଜ୍ରପାତ ସଚେତନତା ତଥା ପ୍ରାଥମିକ ଚିକିତ୍ସା କୌଶଳ ତାଲିମ କାର୍ଯ୍ୟକ୍ରମ

ବାରିପଦା,୨୧/୦୯ : କେନ୍ଦ୍ରୀୟ ବିଦ୍ୟାଳୟ ମୂର୍ଗାବାଡି ସଭା କକ୍ଷ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ବର ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୂରଭଞ୍ଜ ସହାୟତାରେ ଓ ଜିଲ୍ଲା ଶିକ୍ଷା ବିଭାଗ ମୟୂରଭଞ୍ଜ ଦ୍ବାରା “ସାପ କାମୁଡା ଜନିତ ମୃତ୍ୟୁ ନିରାକରଣ ଓ ବିଜୁଳୀ ଘଡ଼ଘଡ଼ି ସଚେତନ‌ତା କାର୍ଯ୍ୟକ୍ରମ” ତଥା ପ୍ରାଥମିକ ଚିକିତ୍ସା ସହାୟତା ଓ ଜୀବନ ବଞ୍ଚାଇବା କୌଶଳ ତାଲିମ ବିଦ୍ୟାଳୟର ପ୍ରିନ୍ସିପାଲ ଶ୍ରୀ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା |ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜରୀକାଳୀନ ବିଭାଗର ଡ଼ିପିଓ ଶ୍ରୀ ଜଗବନ୍ଧୁ ମହାନ୍ତି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ବିଭାଗର ବିଜ୍ଞାନ ପ୍ରକଳ୍ପ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ ତଥା ଓଡ୍ରାଫ ଟିମ ପଞ୍ଚମ ଦୁର୍ଗ ର ମାଷ୍ଟର ଟ୍ରେନର ଅରୁଣ କୁମାର ମହାନ୍ତ ସହିତ ପଦ୍ମଲୋଚନ ଏବଂ ଓସଡମାର କମ୍ୟୁନିଟୀ ମାଷ୍ଟର ଟ୍ରେନର ଜୁ ଲିମଣି ବେହେରା ଓ କବିତା ଘଡେଇ ଯୋଗଦେଇଥିଲେ। ପାରମ୍ଭରେ ପ୍ରିନ୍ସିପାଲ ଶ୍ରୀ ମଲ୍ଲିକ ସମ୍ପର୍କରେ

ଆଲୋକପାତ କରିଥିବା ବେଳେ ଡିପିଓ ଶ୍ରୀ ମହାନ୍ତି ବିଦ୍ୟାଳୟ ଓ ଘରେ କଣ ସବୁ ଜରୁରୀକାଳୀନ ପ୍ରସ୍ତୁତି କରିବାକୁ ହେବ, ବିପର୍ଯ୍ୟୟ ସମୟରେ କେଉଁ ସବୁ ନିୟମ ପାଳନ କରିବାକୁ ହେବ ଓ ଚତ୍ ସହିତ ବଜ୍ରପାତ, ସାପ କାମୁଡା ସମୟରେ କଣ ସବୁ କରିବା ଓ କଣ ସବୁ ନକରିବା ଉଚିତ ତାହା ବୁଝାଇ ଥିଲେ । ସାପ କାମୁଡ଼ିଲେ ସମୟ ନଷ୍ଟ ନକରି ତୁରନ୍ତ ଏଏସଭି ମହଜୁଦ ଥିବା ଗୋଷ୍ଠୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଇଥିଲେ। ବିଜ୍ଞାନ ପ୍ରକଳ୍ପ ଅଧିକାରୀ ଶ୍ରୀ ଆଚାର୍ଯ୍ୟ ବିଦ୍ୟାଳୟ ନିରାପତ୍ତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଓଡ୍ରାଫ ର ମାଷ୍ଟର ଟ୍ରେନର ଶ୍ରୀ ମହାନ୍ତ ଓ ପଦ୍ମଲୋଚନ ଫାଷ୍ଟ ଏଡ୍ ସହିତ ସିପିଆର ଉପରେ ଚାଲିମ ଦେଇଥିଲେ I ସେଇପରି ଓସଡମାର କମ୍ୟୁନିଟୀ ମାଷ୍ଟର ଟ୍ରେନର ଦ୍ବୟ ବିଭିନ୍ନ ପ୍ରକାରର ବ୍ୟାଣ୍ଡେଜର ବ୍ୟବହାର ଉପରେ ତାଲିମ ପ୍ରଦାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ତ‌ଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ | ଶେଷରେ ଅଧ୍ୟକ୍ଷ ଶ୍ରୀ ମଲ୍ଲିକ ଧନ୍ୟବାଦ ขย์ต କରିଥିଲେ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button