DistrictNawarangpurOdisha
ଏଲ ଏଫ ୱାକିସ ନାମକ କମ୍ପାନୀ ଟଙ୍କା ଠକେଇ କରିଥିବା ଅଭିଯୋଗ ଡାବୁଗାଁ ଥାନାର ଦ୍ୱରାସ୍ତ ହେଲା ଡଙ୍ଗରୀଗୁଡାର ଯୁବକ ମାନେ

ନବରଙ୍ଗପୁର, ୨୧/୦୯: ସୂଚନାପ୍ରକାରେ ୨୦୨୫ ସେପ୍ଟେମ୍ବର ମାସରେ କୋଡେଙ୍ଗା ଥାନା ଅଧିନ ଜଣେ ଯୁବଙ୍କ ଏଲ ଏଫ ୱାକି ନାମକ କମ୍ପାନୀ ର ମେନେଜର କହି ବିଜାପୁର ନିକଟ ଡଙ୍ଗରୀଗୁଡ କୁ ଯାଇ ସେଠାକାର ଯୁବକ ମାନଂକୁ ଟଙ୍କା ଡବଲ ହେବାର ପ୍ରଲ୍ହବାନ ଦେଖାଇ ସେହି ଅନଲାଇନ ସଂସ୍ଥା ରେ ପଇସା ବନ୍ଦିବାକୁ କହିଥିଲା।
ଆଖ ପାଖ ଅଂଚଳର କିଛି ଯୁବଙ୍କ ଟଙ୍କା ମଧ୍ୟ ବାନ୍ଧିଥିଲେ। ଏଭଳି ଏହି କମ୍ପାନୀ ରେ ଡାବୁଗାଁ ଥାନା ଅଧିନ ବିଭିନ୍ନ ଗ୍ରାମରୁ ମୋଟ ୧୧ ଲକ୍ଷ୍ୟ ୨୩ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗ ଆଣି ଛନ୍ତି ଏହି କମ୍ପାନୀ ରେ ପଇସା ବନ୍ଦିଥିବା ଯୁବକ ମାନେ।
ଏହି ଘଟଣା ବିଷୟରେ ପ୍ରଥମେ ଉମରକୋଟ ଏସଡିପିଓ ଙ୍କୁ ସାକ୍ଷାତ କରି ଜଣାଇବା ପରେ ଡାବୁଗାଁ ଥାନାରେ ଆସି ଅଭିଯୋଗ ଦେଇଥିଲେ ଯୁବକ ମାନେ ବୋଲି ସୁଚନା ମିଳିଛି। ଡାବୁଗାଁ ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ଟି ଜଣା ପଡିବ।