ଉମରକୋଟ ଅଧିକାରୀଗୁଡ। ଠ।ରେ ନୂତନ ଡେଣ୍ଟାଲ କ୍ଲିନିକ ଓ ମେଡିକାଲ ଷ୍ଟୋର୍ ଉଦ୍ଘାଟିତ
ଉମରକୋଟ ଅଧୂକାରୀଗୁଡ଼ା ଠ।ରେ ନୂତନ ଡେଣ୍ଟାଲ କ୍ଲିନିକ୍ ଓ ମେଡିକାଲ୍ ଷ୍ଟୋର୍ ଉଦ୍ଘାଟିତ
ନବରଙ୍ଗପୁର, ୨୧/୦୯: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସଦର ମହକୁମା ସ୍ଥିତ ଅଧୁକାରୀଗୁଡା ପେଟ୍ରୋଲ ପମ୍ପ ସାମ୍ନାରେ ଆଜି ଏକ ନୂତନ ଡେଣ୍ଟାଲ କ୍ଲିନିକ ସାଙ୍ଗକୁ ପ୍ରଣବ ମେଡିକାଲ ଷ୍ଟୋର ନାମକ ଏକ ମେଡିକାଲ ଷ୍ଟୋରର ଶୁଭ ଉଦ୍ଘାଟନ ହୋଇଯାଇଛି। ଗାଇନାକୋଲୋଜିଷ୍ଟ ଡକ୍ଟର ଅଭୟ ଦେ ଏହି ଉଦଘାଟନି ଉତ୍ସବରେ ଯୋଗଦେଇ ଫିତା କାଟି ଶୁଭଉଦ୍ଘାଟନ କରିବା ସହିତ ଅଞ୍ଚଳବାସୀ ଏହି କ୍ଲିନିକ ହେବା ଫଳରେ ଅଞ୍ଚଳବାସୀ ବେସ ଉପକୃତ ହେବେ ବୋଲି ମତ ବ୍ୟକ୍ତ କରିଛନ୍ତି । ଉମରକୋଟ ବ୍ଲକ ସଦର ମହକୁମାର ଅଧିକାରୀଗୁଡାରେ ପୂର୍ବରୁ କୌଣସି ଡେଣ୍ଟାଲ କ୍ଲିନିକ ନଥିବା ଉମରକୋଟ,
ଝରୀଗାଁ, ପାପଡାହାଣ୍ଡି, ଡାବୁଗାଁ, ରାଇଘର ଏବଂ ଚନ୍ଦାହାଣ୍ଡି ବ୍ଳକର ଦାନ୍ତରୋଗୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି କ୍ଲିନିକ ହେବା ଫଳରେ ଉପରୋକ୍ତ ଛଅ ଗୋଟି ବ୍ଳକର ଜନସାଧାରଣ ହାତ ପାହାନ୍ତରେ ଦାନ୍ତ ଚିକିତ୍ସା କରେଇ ଉପକୃତ ହୋଇପାରିବେ ବୋଲି କ୍ଲିନିକର ଡାକ୍ତର ଡ଼କ୍ଟର ପ୍ରଣବ ମହଲଦାର ନିଜ ବକ୍ତବ୍ୟରେ କହିଛନ୍ତି ।