DistrictNawarangpurOdisha
ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ

ନବରଙ୍ଗପୁର, ୨୧/୦୯: ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଦିନକୁ ଦିନ ନକଲି ସାମ୍ବାଦିକ ବିଭିନ୍ନ ଅନୁଷ୍ଠାନରେ ପସି ବଟି ଚାନ୍ଦା ମାଗିବାର ସାଧାରଣରେ ଅଭିଯୋଗ ଆସିଛି। ଆଗକୁ ଦଶହରା ତେଣୁ ଫେକ ସାମ୍ବାଦିକ ମାନେ ବିଭିନ୍ନ ଖବରକାଗଜ ଓ ୱେବ, ୟୁଟୁବ ନିୟୁଜର ପରିଚୟ ପତ୍ର ଧରି ଡାବୁଗାଁ ବ୍ଳକ ସହ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନରେ ବୁଲି ଚାନ୍ଦା ମାଗୁଥିବା ସାଧାରଣରେ ଅଭିଯୋଗ ଆସିଛି।ଖାଲି ସେତିକି ନୁହଁ ବିଦ୍ୟାଳୟରେ ବିଭିନ୍ନ ତୃଟି ଦର୍ଶାଇ ଚାନ୍ଦା ମାଗୁଥିବା ଜଣାପଡ଼ିଛି।
ବର୍ତମାନ ଜିଲ୍ଲାରେ ଅନେକ ନକଲି ସାମ୍ବାଦିକ ବୁଲୁଥିବାର ଦେଖ୍ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ତୁରନ୍ତ ପୋଲିସ ବିଭାଗ ଏଥିପ୍ରତି ପଦକ୍ଷେପ ନେବା ପାଇଁ ଦାବୀ ହୋଇଛି ।ନକଲି ସାମ୍ବାଦିକ ମାନଙ୍କ ଯୋଗୁଁ ପ୍ରକୃତ ସାମ୍ବାଦିକ ମାନଙ୍କ ଗୌରବ ନଷ୍ଟ ହେଉଛି ଏବଂ ସଂମ୍ମାନ ହାନି ହେଉଛି। ଏଥିପ୍ରତି ସାମ୍ବାଦିକ ସଙ୍ଘ ଗୁଡିକ ମଧ୍ୟ ପଦକ୍ଷେପ ନେବା ଆବଶ୍ୟକ।