BhanjanagarDistrict

କଇଣ୍ଡିରେ ମାଲବାହୀ କଣ୍ଟେନର ଗାଡି ଦୁର୍ଘଟଣା ; ଜଣେ ମୃତ

ଭଞ୍ଜନଗର,୧୯/୯ : ଭଞ୍ଜନଗର ଥାନା ଅଧିନ କଇଣ୍ଡି ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହୀ କଣ୍ଟେନର ଗାଡି ଦୁର୍ଘଟଣାଗସ୍ତ ହୋଇଛି। ବ୍ରହ୍ମପୁରରୁ ଭଞ୍ଜନଗର ଆଡକୁ ଆସୁଥିବା ବେଳେ କଇଣ୍ଡି ଗ୍ରାମ ପୂର୍ବରୂ ରହିଥିବା ଏକ ବୁଲାଣି ପରେ ପରେ ଏଭଳି ଦୁର୍ଘଟଣା ଘଟିଛି।

ରାସ୍ତାକଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବା ସହ ଏକ ଘର ଉପରକୁ ମାଡି ଯାଇଥିଲା। ଘର ମାଲିକ ବିଜୟ କୁମାର ବେହେରା ଘରେ ଏକୁଟିଆ ଶୋଇଥିବା ବେଳେ ଗାଡି ଧକ୍କା ଦେବା ଫଳରେ ଛାତ ଭାଙ୍ଗି ଘରର କାନ୍ଥ ପଡି ଯାଇଥିଲ। ସେ ଯେନତେନ ଛାତ ଉପରକୁ ପଳାଇଥିବା ବେଳେ ଅଗ୍ନିଶମ କର୍ମଚାରୀ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ।

ଏଥିରେ ଗାଡିରେ ଥିବା ଜଣକ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ପରିଚୟ ଜଣା ପଡିନାହିଁ। ଗାଡିରେ ଥିବା ଅନ୍ୟଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ବେଳେ ସେ କୌଶଳକ୍ରମେ ସେଠାରୁ ଫେରାର୍ ହୋଇଯାଇଥିବା ପୁଲିସ୍ ସୂତ୍ରରୁ ଜଣାପଡ଼ିଛି। ଗାଡିଟି ରାଜସ୍ଥାନର ହୋଇଥିବା ବେଳେ ବ୍ରହ୍ମପୁରରୁ ନାଗପୁର ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ ଗାଡି ମାଲିକ ଓ ପରିବାର ଲୋକ ଆସିବା ପରେ ମୃତଦେବହ ଚିହ୍ନଟ ସହ ବ୍ୟବଚ୍ଛେଦ ହେବ ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରକାଶ କରିଛନ୍ତି।

ଏଥିରେ ଅଗ୍ନିଶମ କେନ୍ଦ୍ରର ହାବିଲଦାର ସନାତନ ମହାପାତ୍ର, କେ.ଦଣ୍ଡବାବୁ,ଜିତେନ୍ଦ୍ର ଜେନା,ନିଳମାଧବ ସୁବୁଦ୍ଧି,ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଉଦ୍ଧାର କାର୍ଯ୍ୟ କରିଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button