BhanjanagarDistrictOdisha

ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳି ବିନିମୟ ; ଏସ୍‌ଓଜି ଯବାନ ଗୁରୁତର

ଭଞ୍ଜନଗର, ୧୮/୯ : ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁରୁବାର ଅପରାହ୍‌ଣରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଏସ୍‌ଓଜି ଯବାନ ଆହତ ହୋଇଛନ୍ତି। ଗୁରୁତର ଏସ୍‌ଓଜି ଯବାନ ହେଲେ କନେଷ୍ଟବଳ ପ୍ରେମସିଂହ ମାଝୀ।

ସୂଚନା ଅନୁସାରେ, ଗଂଜାମ ଜିଲ୍ଲା ଭଂଜନଗର ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ ସୁରକ୍ଷା ବାହିନୀକୁ ଖବର ମିଳିଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଏସ୍‌ଓଜି ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ।

ତେବେ ମାଓବାଦୀମାନଙ୍କୁ ଦେଖି ଯବାନମାନେ ଗୁଳି ଚଳାଇଥିଲେ। ମାଓବାଦୀଙ୍କ ପାଲଟା ଗୁଳି ମାଡ଼ରେ ଯବାନ ପ୍ରେମସିଂହ ମାଝୀ ଗୁରୁତର ହୋଇଥିଲେ। ତାଙ୍କର ବାମ ହାତ ଓ ପେଟରେ ଗୁଳିବାଜିଛି। ପେଟରେ ଗୁଳି ରହିଛି।

ଗୁରୁତର ଭାବେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କନ୍ଧମାଳ ଜିଲ୍ଲା ରାଇକିଆର ଇନ୍ଦ୍ରଗଡ଼ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଭଂଜନଗର ଉପଖଣ୍ଡ ସ୍ବାସ୍ଥ୍ୟ‌ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଏଠାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button