DistrictEducationKoraput

ମଧ୍ୟାହ୍ନ ଭୋଜନରେ ପ୍ରଦାନରେ ଅନିୟମିତତା

ତୁନୁପାର,୧୫/୯: ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୁନୁପାରୁ ସରକାରୀ ଉନ୍ନ‌ତ ଉଚ୍ଚବିଦ୍ୟାଳୟରେ ଛାତ୍ରଛ ତ୍ରୀଙ୍କୁ ନିମ୍ନମାନର ମଧ୍ୟାହ୍ନଭୋଜନ ଦିଆଯାଉଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କୁ ଠିକ ସମୟରେ ମଧ୍ୟାହ୍ନଭୋଜନ ମିଳୁ ନାହିଁ। ଛାତ୍ରଛାତ୍ରୀ ଭୋକରେ ଥାଳ ଧରି ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶ ହେଉଛନ୍ତି ।

ଘଟଣା ଲୋକଲୋଚନକୁ ଆସିବା ପରେ ତରବରିଆ ଭାବେ ମଧ୍ୟାହ୍ନ ଭୋଜନ ବଣ୍ଟନ ହୋଇଛି। ଅଣ୍ଡା ତରକାରୀ ବଦଳରେ ଆଳୁ ଝୋଳ, ସିଝା ଅଣ୍ଡା ଗୋଟିଏ ପ୍ରଦାନ କରାଯାଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରୁଛନ୍ତି।

୮ ତାରିଖରେ ମଧ୍ୟାହ୍ନଭୋଜନ ଦିଆ ଯାଇ ନ ଥିବା ଅଭିଯୋଗ ହୋଇ‌ଛି। ଏଭଳି ସମସ୍ୟା ବାରମ୍ବାର ଘଟୁଛି। ଏଥିପ୍ରତି କେହି ଗୁରୁତ୍ବ ଦେଉ ନ ଥିବାରୁ ସମସ୍ୟା ବଢ଼ି ଚାଲିଛି। ଉକ୍ତ ବିଦ୍ୟାଳୟରେ ଅଧିକାଅଂଶ ଛାତ୍ରଛାତ୍ରୀ ଆଦିବାସୀ ଓ ଅନୁସୂଚିତ ଜନ ଜାତିର ୪ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।

ମଧ୍ୟାହ୍ନ ଭୋଜନରେ ଅନିୟମିତତା ହେଉଛି। ତରକାରୀରେ ପେଜ ପଠାଯାଉଛି । ରୋଷେଇଙ୍କୁ ପଚାରିବାରୁ ମଧ୍ୟାନ୍ନ ଭୋଜନ ପ୍ରଦାନରେ ବିଳମ୍ବ ହେଉଅ କରିଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ବିଶ୍ୱପ୍ରଭା ସାହୁଙ୍କୁ ପଚାରିବାରୁ ଏକ ଏସ ଏଚ ଜି କୁ ମଧ୍ୟାହ୍ନଭୋଜନ ଦାୟିତ୍ବ ଦିଆଯାଇଛି।

ବିଳମ୍ବ ଓ ନିମ୍ନମାନର ମଧ୍ୟାନ୍ନ ଭୋଜନ ପ୍ରଦାନ ଘଟଣାକୁ ନେଇ ତାଗିତ କରାଯାଇଥିବା ସେ କହିଛନ୍ତି । ମଧ୍ୟାହ୍ନଭୋଜନ ଅନିୟମିତତା ସରକାରୀ ଯୋଜନା ବାଟବଣ ଅଭିଯୋଗ ହେଉଛି । ଗୋଷ୍ଠୀ ଶିକ୍ଷା ଅଧକାରୀ ରୀତା ମହାନ୍ତିଙ୍କୁ ପଚାରିବାରୁ ତୁରନ୍ତ ତଦନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବୋଲି ସେ କହିଛନ୍ତି ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button