DistrictKoraput

କାଡାମଗୁଡା଼ ଗ୍ରୀନ୍ ପ୍ଲାଏ ସାଣ୍ଡିଲା ପ୍ରାଇଭେଟ୍ ଲିମିଟେଡ଼୍ କମ୍ପାନୀ ର ଭିତ୍ତିପ୍ରସ୍ତର ସ୍ଥାପନ ।

କୋରାପୁଟ,୧୫/୦୯: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଣୀକଣା ଓ ଲୁଙ୍ଗୁରୀ ଠାରେ ଗ୍ରୀନ୍ ପ୍ଲାଏ ସାଣ୍ଡିଲା ପ୍ରାଇଭେଟ୍ ଲିମିଟେଡ଼୍ କମ୍ପାନୀ ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ ଆଭାସି ମାଧ୍ୟମରେ ଓଡ଼ିଶାର ୧୨ ଜିଲ୍ଲାରେ ୨୭ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି। ଏହି ଅବସରରେ କୋରାପୁଟ ଜିଲ୍ଲା ସେମିଳୀଗୁଡ଼ା ବ୍ଲକ୍ ଅନ୍ତର୍ଗତ ରାଣୀକଣା ଠାରେ ପ୍ଲାଇଉଡ୍ କମ୍ପାନୀ ଗ୍ରୀନ୍ ପ୍ଲାଏ ସାଣ୍ଡିଲା ପ୍ରାଇଭେଟ୍ ଲିମିଟେଡ଼୍ କମ୍ପାନୀ ର ଭିତ୍ତିପ୍ରସ୍ତର ସ୍ଥାପନ ଦିବସରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ୍ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ୍ ଅଧ୍ୟକ୍ଷା ଲିଲି ଅଣ୍ଟା ବିରିଆ, ବ୍ଳକ୍ ଉପାଧ୍ୟକ୍ଷ ଶିବାୟା ବାଙ୍ଗିରୀ,ବିଡ଼ିଓ ଯସ୍ମୀନ ପ୍ରଧାନ, ତହସିଲଦାର ଦେବବ୍ରତ ବରାତି,ସ୍ଥାନୀୟ ସରପଞ୍ଚ ମହାଲକ୍ଷ୍ମୀ ଜାନୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଭୁବନେଶ୍ୱର ଓୟୁଏଟି ସଭାଗୃହ ଠାରେ ଅନୁଷ୍ଠିତ ଭିତ୍ତିପ୍ରସ୍ତର ସ୍ଥାପନ ଦିବସ କାର୍ଯ୍ୟକ୍ରମରେ ଗ୍ରୀନ୍ ପ୍ଲାଏ ସାଣ୍ଡିଲା ପ୍ରାଇଭେଟ୍ ଲିମିଟେଡ଼୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରାଜେଶ ମିତ୍ତଲ ଯୋଗ ଦେଇ ସେମିଳିଗୁଡା ରାଣୀକଣା ଠାରେ ୬୦୬ କୋଟି ଟଙ୍କାର ୨ ଗୋଟି ପ୍ଲାଇଉଡ୍ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରାଯିବ ବୋଲି ପ୍ରକାଶ କରିଛନ୍ତି। ଏଥିରେ ପେପର, ପ୍ଲାଇଉଡ୍ ଏବଂ ବନ୍ୟଜାତୀୟ ସାମଗ୍ରୀର ଉତ୍ପାଦନ ହେବ। ଫ୍ୟାକ୍ଟ୍ରି ହେବା ଦ୍ବାରା ସ୍ଥାନୀୟ ଅଞ୍ଚଳର ୧୩୦୦ ଜଣ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ମିଳିବ ଏବଂ ଅଞ୍ଚଳର ବିକାଶ ହେବ ବୋଲି ସେ କହିଛନ୍ତି।

ଏଥି ସହିତ ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରୟାସରେ ଆଜି ଆମ କମ୍ପାନୀକୁ ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ନିବେଶ କରିବାକୁ ସୂଯୋଗ ମିଳିଛି।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button