District

ବ୍ଲକ ଅଫିସ ରେ ଲ।ଗିଲ। ବାୟୋମେଟ୍ରିକ ଯନ୍ତ୍ର

ବ୍ଲକ ଅଫିସରେ ଲାଗିଲା ବୟୋମେଟ୍ରିକ ଯନ୍ତ୍ର

ତେନ୍ତୁଳୀଖୁଣ୍ଟି, ୧୫/୯: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନୂତନ ସରକାରଙ୍କ ନିଷ୍ପଭି ପ୍ରକାରେ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଲାଗିଲା ବୟୋମେଟ୍ରିକ ଯନ୍ତ୍ର ଏଣିକି କାର୍ଯ୍ୟାଳୟରେ ବିଳମ୍ବରେ ଆସି ଆଉ ଠକି ପାରିବେନି କର୍ମଚାରୀ, ଠୋକ କର୍ମଚାରୀ ହେବେ ସାବଡା ଠିକ ସମୟରେ ଆସି ଏଣିକି ଉପସ୍ଥାନ ପକାଇବେ । ଆସନ୍ତା ଦିନରେ ଏପରି ସମସ୍ତ କାର୍ଯ୍ୟାଳୟରେ ଲାଗିବ ବୟୋମେଟ୍ରିକ ଯନ୍ତ୍ର ବୋଲି ସରକାର

ନିଷ୍ପତ୍ତୀ ନେଇ ଥିଲେ ଠୋକ କର୍ମଚାରୀଙ୍କ ମଧ୍ୟରେ ପଡିଛି ଛନକ କର୍ମଚାରୀ ମାନେ ଠିକ ସମୟରେ ଆସୁନଥିମ୍ବା ସମ୍ପର୍କରେ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଏଣୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରଭାବିତ ହେଉଥିଲା କାମରେ ତତପରତା ଦେଖାଉନଥିଲେ କର୍ମଚାରୀ ଏପରି ଅଭିଯୋଗ ପରେ ବ୍ଳକ, ପଞ୍ଚାୟତ, ଜିଲ୍ଲାପରିଷଦ କାର୍ଯ୍ୟାଳୟରେ ଉପସ୍ଥାନ ମିସିନ ବସାଇବାକୁ ପଞ୍ଚଯାତରାଜ ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହି ନିର୍ଦ୍ଦେଶ ପ୍ରକାରେ

ତେନ୍ତୁଳୀଖୁଣ୍ଟି ବ୍ଲକରେ ମଧ୍ୟ ଏହି ମେସିନ ଲାଗିଛି । ଏହି ସରକାରଙ୍କ ନିଷ୍ପଭିକୁ କ୍ଷେତ୍ର କର୍ମଚାରୀ ମାନେ ନାପସନ୍ଦ କରିଛନ୍ତି ଯଦି କୌଣସି କାର୍ଯ୍ୟରେ ସକାଳୁ ନିଜ ଅଞ୍ଚଳର କ୍ଷେତ୍ରକୁ ଯାଇଥିବେ ତାହାହେଲେ ଉପସ୍ଥାନ କିପରି ପକାଇବେ ବୋଲି ପ୍ରଶ୍ନ କରିଛନ୍ତି । ଠିକ ସମୟରେ ଉପସ୍ଥାନ ନକଲେ ଛୁଟିରେ ଗଣାହେବ ଏପରି ସ୍ଥଳେ କର୍ମଚାରୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ନଚେତ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଅଲଗା ବ୍ୟବସ୍ଥା କରିବାକୁ ଦାବି ହେଉଛି

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button