BhanjanagarDistrictEducationHealth

“ବିଶ୍ୱ ପ୍ରାଥମିକ ସହାୟତା ଦିବସ”

ଭଞ୍ଜନଗର,୧୫/୯ : କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବରେଡ଼କ୍ରସ ଶାଖା ତରଫରୁ “ବିଶ୍ୱ ପ୍ରାଥମିକ ସହାୟତା ଦିବସ” ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସ୍ବେଛାସେବୀମାନେ ପ୍ରାଥମିକ ସହାୟତା ଭଳି ମହତ କାର୍ଯ୍ୟରେ ନିୟୋଜିତ ହୋଇ ଆହତ ବ୍ୟକ୍ତିମାନଙ୍କୁ ତ୍ୱରିତ ସେବା ଯୋଗାଇବାକୁ ପରାମର୍ଶ ଦେଇଥିଲେ।

ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାଡେମୀକ ସଂଯୋଜିକା ଅଧ୍ୟାପିକା ରୁନିବାଳା ତ୍ରିପାଠୀ, ପ୍ରଶାସନିକ ଅଧୀକ୍ଷକ ଅଧ୍ୟାପକ ତ୍ରିନାଥ ବେହେରା, ଯୁବ ରେଡ଼କ୍ରସ ମହିଳା ଉପଦେଷ୍ଟା ସ୍ୱରୂପାରାଣୀ ବିଶ୍ୱାଳ ଏବଂ ସହ ଉପଦେଷ୍ଟା ସୌମେନ୍ଦୁ ପଣ୍ଡା ପ୍ରମୁଖ ସଂମ୍ମାନିତ ଅତିଥିଭାବେ ମଞ୍ଚାସିନ ରହି ଉପସ୍ଥିତ ସ୍ବେଛାସେବୀମାନଙ୍କୁ ପ୍ରାଥମିକ ସହାୟତା ଏବଂ ଜଳବାୟୁ ପରିବର୍ତନ ସମ୍ପର୍କରେ ବହୁ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଥିଲେ।

ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ପ୍ରାଥମିକ ସହାୟତାର ଉପଚାର କୌଶଳ ଗୁଡିକୁ ସ୍ବେଛାସେବୀମାନଙ୍କୁ ପ୍ରଦର୍ଶନ କରିଥିଲେ। ଯୁବ ରେଡ଼କ୍ରସର ସହ ଉପଦେଷ୍ଟା ଅଧ୍ୟାପକ ସୌମେନ୍ଦୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯଥାକ୍ରମେ ଦେବେଶ ଚନ୍ଦ୍ର ମହାପାତ୍ର, ପି ଦିପକ ରାଓ, ଅର୍କଧ୍ବଜ ପଣ୍ଡା, ଜଗତ ରଞ୍ଜନ ବିଶ୍ୱାଳ, ମନୋଜ କହଁର, ଭବାନୀ ଶଙ୍କର ରା, ଗାଙ୍ଗୁଲି ପାଲଟାସିଂ, ଆଶୁତୋଷ ପ୍ରଧାନ,କିରନ କହଁର, ସୁନିତା ଦଳବେହେରା, , ବଳରାମ ଗୌଡ଼ ଏବଂ ସନ୍ତୋଷ ବିଶୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button