
କୋରାପୁଟ, ୧୩/୦୯: କୋର୍ଟ ପରିସରରେ ଅବସ୍ଥିତ କନଫରେନ୍ସ ହଲରେ କୋରାପୁଟ ଓକିଲ ସଂଘର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଆସନ୍ତା ନଭେମ୍ବର 8 ଓ 9 ତାରିଖରେ କୋରାପୁଟରେ ରାଜ୍ୟସ୍ତରୀୟ ସେମିନାର ଆୟୋଜିତ କରାଯିବାକୁ ନିଷ୍ପତ୍ତି ହେଲା।
ସେଥିସହିତ ଅକ୍ଟୋବର 30 ରୁ ନଭେମ୍ବର 6 ପର୍ଯ୍ୟନ୍ତ ଓକିଲ ମାନଙ୍କୁ ନେଇ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜନ କରାଯିବ।ଏହି ସମ୍ବନ୍ଧରେ ସୂଚନା ଦେଇଥିଲେ କୋରାପୁଟ ଓକିଲ ସଂଘ ସଭାପତି ପ୍ରଭାତ କୁମାର ମହାପାତ୍ର। ବୈଠକରେ ସମସ୍ତ ଓକିଲ ବନ୍ଧୁମାନେ ଉପସ୍ଥିତ ଥିଲେ।