DistrictEducationRayagada

ରାମନଗୁଡ଼ା ବ୍ଲକ ସ୍ତରୀୟ ବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତାର ଆରମ୍ଭ, ୩୫୦ ଛାତ୍ରଛାତ୍ରୀଙ୍କର ଉତ୍ସାହିତ ଭାଗିଦାରି

ରାମନଗୁଡ଼ା, ୧୨/୦୯: ଆଜି ରାମନଗୁଡ଼ା ବ୍ଲକ ସ୍ତରୀୟ ବିଦ୍ୟଳୟ ସମୂହ ଖେଳକୁଦ ପ୍ରତିଯୋଗିତା ୨୫ ଆରମ୍ଭ ହେଇଛି |ଏହି ଖେଳକୁଦ ୧୨ ଓ ୧୩ ଦୁଇ ଦିନ ଧରି ଅନୁଷ୍ଠିତ ହେବ |

ଏହାର ଉଦଘାଟନ ସମାରୋହରେ ରାମନଗୁଡ଼ା ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଗମାଙ୍ଗ ଉଦ୍ଘାଟକ, ରାମନଗୁଡ଼ା ତହସିଲଦାର ଶ୍ରୀ ପ୍ରାଣ କୃଷ୍ନ ପାଣିଗ୍ରାହୀ ମୁଖ୍ୟ ଅତିଥି, ରାମନଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜନ ମଲିକ ସଭାପତି, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାମନଗୁଡ଼ା ଶ୍ରୀ ଦାମୋଦର ହିମିରିକା ଓ ସୂର୍ୟ ନାରାୟଣ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ |

ପ୍ରଥମେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ୍,. ସି. ସି ଛାତ୍ରଛାତ୍ରୀ ମାନେ ଡ୍ରମ୍ ବଜାଇ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ |ଓଡିଶା ଆଦର୍ଶ ବିଦ୍ୟାଳୟ ରାମନଗୁଡ଼ାର ଛାତ୍ରଛାତ୍ରୀ ମାନେ ମଶାଲ ଶୋଭାଯାତ୍ରା କରି ପଡ଼ିଆକୁ ଆଣି ଅତିଥି ମାନଙ୍କୁ ପ୍ରଦାନ କରିଥିଲେ |ତାପରେ ସ୍ପୋର୍ଟ ପତାକା ଉତ୍ତୋଳନ ଅତିଥି ମାନଙ୍କ ଦ୍ଵାରା କରାଯାଇଥିଲା |

ଅତିଥି ମାନେ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ |ଖେଳର ନିୟମ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରି ଖେଳିବାକୁ ବୁଝାଇ ଥିଲେ |ତାପରେ ଶପଥ ପାଠ କରାଯଇ ଥିଲା |

ରାମନଗୁଡ଼ା ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ମାନେ ପୂର୍ଣ୍ଣ ସହଯୋଗ କରି ପଡିଆ ସଫା, ଟ୍ରେକ୍ କାଟିବା ଓ ଖେଳ ପରିଚାଳନା ଅତି ଶୃଙ୍ଗଳିତ ଭାବେ ତୁଲାଇ ଥିଲେ |ଏହି ଦୁଇ ଦିନ ଧରି ଚାଲୁ ଥିବା ଖେଳ କୁଦ କୁ ଶିକ୍ଷକ ଶ୍ରୀ ରମେଶ ମିଶ୍ର ଓ ଅଶ୍ୱିନୀ ତ୍ରିପାଠୀ ପରିଚାଳନା କରୁଛନ୍ତି |ଓଡିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରୁଛନ୍ତି |

ଏହି ଖେଳ ପ୍ରତିଯୋଗିତାରେ ଚଉଦ ବର୍ଷ ରୁ କମ୍ କନିଷ୍ଠ ବର୍ଗ ଓ ସତର ବର୍ଷରୁ କମ୍ ବରିଷ୍ଠ ବର୍ଗ ଉଭୟ ବାଳକ ଓ ବାଳିକା ସର୍ବମୋଟ ତିନି ଶହ ପଚାଶ ଜଣ ଭାଗ ନେଇଛନ୍ତି | 1500,800,200,100 ମିଟର ଦୌଡ, ହାଇ ଜମ୍ପ, ଲଙ୍ଗ ଜମ୍ପ, କବାଡ଼ି, ଭଲି ବଲ, ଖୋ ଖୋ, ଯୋଗ ଭଲି ବିଭିନ୍ନ୍ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହେବ |

ଆସନ୍ତା କାଲି ସଂଧ୍ୟା 4 ଘଟିକା ସମୟରେ ଏହାର ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ |ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅତିଥି ଭାବେ ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି |

Dhabaleswar Patri (Block Reporter) Ramanaguda

Related Articles

Leave a Reply

Your email address will not be published. Required fields are marked *

Back to top button