DistrictMalkangiri

ଆଦିବାସୀ କୋଟା କୁ ନକଲି ଆଦିବାସୀଙ୍କ ହଡ଼ପ

ମାଲକାନଗିରି, ୧୧/୯ : ମାଲକାନଗିରି ଜିଲ୍ଲାରେ ଜାଲ ଆଦିବାସୀ ପ୍ରମାଣ ପତ୍ର ପ୍ରସ୍ତୁତ କରି କିଛି ବ୍ୟକ୍ତି ବିଶେଷ ସଂରକ୍ଷଣ କୋଟାରେ ସରକାରୀ ଚାକିରି ହାତେଇଥିବା ଅଭିଯୋଗ ହେଉଛି। ଏହି ନକଲି ଆଦିବାସୀମାନେ ଯେ କେବଳ ସରକାରୀ ଚାକିରି ନୁହେଁ, ଷ୍ଟାଇପେଣ୍ଡ ପାଇଁ ପାଠ ପଢିବା, ଆଦିବାସୀଙ୍କ ଜମି ହଡ଼ପ କରିବା, ରାଜନୀତିରେ ସଂରକ୍ଷଣ କୋଟାରେ ବିଭିନ୍ନ ରାଜନୈତିକ ପଦପଦବୀକୁ ମାଡି ବସି ସୁବିଧା ସୁଯୋଗର ଲାଭାନ୍ମିତ ହେବା ଦେଖା ଦେଇଛି। ତେବେ ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ରଣା,ମାଳି ଓ ଶୁଣ୍ଢି ସଂପ୍ରଦାୟର
ଲୋକମାନେ ଛଦ୍ମ ଆଦିବାସୀ ଭାବେ ଆଦିବାସୀ କୋଟଟାକୁ ଦଖଲ କରିଛନ୍ତି। ତେବେ ଆରଟିଆଇ ଆଇନ୍ ଅନୁଯାୟୀ ଯଦି କିଏ ତଥ୍ୟ ମାଗେ, ଏହାକୁ ବ୍ୟକ୍ତିଗତ ଦର୍ଶାଇ ଆଇନର ଗଳା ବାଟରେ ଫାଙ୍କି ସୁରକ୍ଷାରେ ଆଦିବାସୀ କୋଟାକୁ ଉପଲବ୍ଧ କରିଥାଏ ।

ଯଦିଓ ଏହି ସଂପ୍ରଦାୟର କିଛି ଛଦ୍ମବେଶୀ ଆଦିବାସୀମାନେ ପ୍ରକୃତିରେ ଓବିସି, ତଥାପି ଆଦିବାସୀ କୋଠାରେ ସମସ୍ତ ସରକାରୀ ସଂରକ୍ଷଣ ର ଭରପୁର ସରକାରୀ ସୁବିଧା ରହିଛି, ଏଣୁ ଆଦିବାସୀ ଟୋକାକୁ ଅଣଆଦିବାସୀ ସଂପ୍ରଦାୟମାନେ ଅଭିନୟ ଉପାୟରେ ଅକ୍ତିଆର କରିଛନ୍ତି। ଏହାର ଏକମାତ୍ର କାରଣ ହେଲା ଯେଉଁମାନେ ରାଜସ୍ବ କର୍ମଚାରୀମାନେ ତଳସ୍ତରରେ ତଥ୍ୟ ସଂଗ୍ରହ ସହିତ ଜମି ପଟ୍ଟାକୁ ସଂଶୋଧନ କରୁଛନ୍ତି ବା ପଟ୍ଟାରେ ଜାତି ଉଲ୍ଲେଖ କରୁଛନ୍ତି।

ବିଶେଷ କରି ଯେଉଁମାନେ ମାଛକୁଣ୍ଡ ଓ ଚିତ୍ରକୋଣ୍ଡା ଜଳଭଣ୍ଡାର ନିର୍ମାଣ ବେଳେ ନିଜର ବାସ ଚ୍ୟୁତ ହୋଇ ବୁଡି ଅଞ୍ଚଳ ଭାବେରେ ଅନ୍ୟତ୍ର ବସବାସ କଲେ, ସେମାନେ ନିଜକୁ ଚଞ୍ଚକତା କରି ଆଦିବାସୀ ବୋଲି ଜମିପଟ୍ଟା ରେ ଉଲ୍ଲେଖ କଲେ। ତଳସ୍ତରେ ଥିବା ରାଜସ୍ବ ନୀରିକ୍ଷକମାନେ ନକଲି ଆଦିବାସୀ ଙ୍କୁ ଅସଲି ଆଦିବାସୀ ର ମାନ୍ୟତା ଦେବାରେ ତାଙ୍କ ଭୂମିକା ଅଗ୍ରଣୀ। ତେବେ ୧୯୬୦ ଦଶକରେ ଦଣ୍ଡକାରଣ୍ୟ ପ୍ରକଳ୍ପ ସମୟରେ ଯେଉଁ ସବୁ ବିଛାପନ ହେଲା, ସେ ସମୟରେ ମଧ୍ୟ ବହୁ ଚାଲାକ୍ ଚତୁର ଅଣ ଆଦିବାସୀମାନେ, ନିଜକୁ ଆଦିବାସୀ କହି ଜମି ବାଡ଼ି ପଟାରେ ଜିତି ଲେଖାଇ ନେଲେ।ଅତଏବ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ତତ୍କାଳୀନ ସମୟରେ ଯେଉଁ ମାନେ ସରକାରୀ ଚାକିରୀ କରୁଥିଲେ, ବିଶେଷ କରି ଗଞ୍ଜାମ,, କଟକ, ପୁରୀ,ବାଲେଶ୍ଵର ଜିଲ୍ଲାରୁ ଆସୁଥିଲେ। ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ ସମତଳ ଜିଲ୍ଲାରୁ ସରକାରୀ କର୍ମଚାରୀ ମାନେ ଆସି ଅବିଭକ୍ତ କୋରାପୁଟ ଜିଲ୍ଲାରେ କାର୍ଯ୍ୟ ରତ ଥିବା ରୁ ଏମାନଙ୍କ ଭିତରେ ଜାତିକୁ ନେଇ ଧାରଣା କିଛି ନଥିଲା।

ସମସ୍ତେ ଗାଁ ଗୁଡ଼ିକରେ ଏହି,ଏସ ଟି ଏବଂ ଓବିସ ରହୁଥିଲେ ମଧ୍ୟ ବିଶେଷ କରି ଜଙ୍ଗଲ ପରେ ଯିଏ ରହିଲା କୁଡିଆ ଖଣ୍ଡେ ନିର୍ମାଣ କରି ପ୍ରାୟ ସମସ୍ତଙ୍କୁ ଆଦି ବାସୀ ବୋଲି ଧାରଣା ଜନ୍ମିଲା। ତେଣୁ ଆଜି ଯେଉଁ ଅଣ ଆଦିବାସୀ ମାନେ ଛଦ୍ମବେଶୀ ଆଦିବାସୀ ହୋଇ ଆଦିବାସୀ ଟୋକାକୁ ହାତେଇଛନ୍ତି,ସେ ସମ୍ପର୍କରେ ବିଭିନ୍ନ ଆଦିବାସୀ ସଂଘ ଗୁଡ଼ିକ ଅଭିଯୋଗ ଓ ଆନ୍ଦୋଳନ କୁ ଓହ୍ଲେଇଲେଣି।

ବର୍ତ୍ତମାନ ର ନକଲି ଆଦିବାସୀ ମାନେ ଆଦିବାସୀ କୋଟା ହାତେଇ ଥିଲେ ମଧ୍ୟ ସେମାନଙ୍କ ବିବାହ ଓ ରୀତି ନୀତି ତାଙ୍କ ଜାତି ଅନୁସାରେ ପାଳନ କରି ଆସୁଛନ୍ତି। ସେମାନେ ଆଦିବାସୀଙ୍କ ପରମ୍ପରା,ଚାଲି ଚଳଣି, ପୂଜା ପଦ୍ଧତି ଓ ପର୍ବପର୍ବାଣୀ ସହିତ କିଛି ସମ୍ପର୍କ ନାହିଁ। ସେମାନେ ନିଜକୁ ଉଚ୍ଚ ଜାତିର ଲୋକ ଭାବେ ପ୍ରତିପାଦିତ କରି ଥାନ୍ତି। ଏମାନଙ୍କୁ ତୁରନ୍ତ ଚିହ୍ନଟ କରି ପ୍ରକୃତ ଆଦିବାସୀ ସଂରକ୍ଷଣକୁ ସେହି ବର୍ଗର କଲ୍ୟାଣ ପାଇଁ ନିଶ୍ଚିତ କରାଗଲେ ଅଣ ଆଦିବାସୀମାନେ ଆଉ ଚଞ୍ଚକତା କରି ଆଦିବାସୀ ନାଁ ରେ କୌଣସି ଫାଇଦା ଉଠାଇ ପାରିବେ ନାହିଁ ବୋଲି ଆଦିବାସୀ ସଂଘ ଦାବି କରିଛି।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button