BhanjanagarBusinessDistrict

ବ୍ୟାଙ୍କ ଅଫ ଇଣ୍ଡିଆର ୧୨୦ତମ ପ୍ରତିଷ୍ଠା

ଭଞ୍ଜନଗର,୦୭/0୯ : ସାରା ଦେଶରେ ବ୍ୟାଙ୍କ ଅଫ ଇଣ୍ଡିଆର ପ୍ରତିଷ୍ଠା ଦିବସ ପାଳନ ହଉଥିବା ବେଳେ ଏହି ଅବସରରେ ଭଞ୍ଜନଗର ବ୍ୟାଙ୍କ ଶାଖା ପରିଚାଳକ ଏସ୍. ମୋହିତ ରଞ୍ଜନ ପାତ୍ର ଭଞ୍ଜନଗର ଶାଖାରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ ।

ଶାଖା ପରିଚାଳକ ଶ୍ରୀ ପାତ୍ର ସମସ୍ତ କର୍ମଚାରୀଙ୍କୁ କିପରି ଗ୍ରାହକଙ୍କୁ ସଠିକ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବେ ତାହା ଉପରେ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ବ୍ୟାଙ୍କର ରହିଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ବିଭିନ୍ନ ଗ୍ରାହକଙ୍କୁ ଜଣାଇଥିଲେ । ବିବିଧ ବ୍ୟାଙ୍କିଙ୍ଗ୍ ଉତ୍ପାଦ ଓ ସେବା ଭଞ୍ଜନଗରବାସୀଙ୍କୁ ଚିନ୍ତାମୁକ୍ତ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ।

ଏହି ପ୍ରତିଷ୍ଠା ଦିବସ ଅବସରରେ ଗ୍ରାହକଙ୍କୁ ୧ କୋଟି ୨୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକାର ଋଣ ପ୍ରଦାନ ତଥା ମଜୁରୀ ପତ୍ର ପ୍ରଦାନ କରାଯାଇଥିବା ପ୍ରକାଶ କରିଛନ୍ତି । ଭଞ୍ଜନଗର ସହରବାସୀଙ୍କୁ ଉତ୍ତମ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବା ଏବଂ ବ୍ୟାଙ୍କରେ କୌଣସି ଅସୁବିଧା ସମ୍ମୁଖିନ ନହୋଇ ବ୍ୟାଙ୍କର ରହିଥ‌ିବା ବିଭିନ୍ନ ଯୋଜନାରେ କିପରି ସମସ୍ତ ଗ୍ରାହକ ଅନ୍ତର୍ଭୁକ୍ତ ହୋଇପାରିବେ ତାହାଉପରେ ସହ -ଶାଖାପରିଚାଳକ ସୁପ୍ରିୟା ବାଗେ ନିଜ ମତ ପ୍ରକାଶ କରିଥିଲେ ।

ଏହି ପ୍ରତିଷ୍ଠା ଦିବସରେ ସମସ୍ତ କର୍ମଚାରୀ ସୁଶାନ୍ତ ନାୟକ, ପ୍ରିୟମ୍ବଦା ଆଚାର୍ଯ୍ୟ, ଶୈଳଜା ପଟ୍ଟନାୟକ, ବସନ୍ତ କୁମାର ଦାସ, ଗୌରହରି ନାଇକ, ଅରୁଣ ଜେନା, ଦୁର୍ଗା ମାଧବ ଆଚାରୀ, ବିନୋଦ କୁମାର ଗୌଡ଼ଙ୍କ ସମେତ ବ୍ୟାଙ୍କର ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button