
କୋରାପୁଟ, ୦୩/୦୯: କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସେମିଳିଗୁଡ଼ା ବ୍ଲକର ରାଜୁପୁଟ ପଞ୍ଚାୟତ ଅଧୀନରେ ଥିବା ମିଲେଟ୍ ପ୍ରୋସେସିଂ ୟୁନିଟ୍କୁ ପରିଦର୍ଶନ କରିଥିଲେ।
ଏହି ସମୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋସ୍ମିନ କୁମାର ପ୍ରଦାନ, ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ, ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଲତା ପାତ୍ର, MBK ଓ ସମସ୍ତ CRP ଉପସ୍ଥିତ ଥିଲେ।
ପରିଦର୍ଶନ ପରେ ଜିଲ୍ଲାପାଳ ବୃକ୍ଷରୋପଣ କରି ସ୍ଥାନୀୟ ଲୋକଙ୍କୁ ପରିବେଶ ସୁରକ୍ଷାର ଉଦାହରଣ ଦେଇଥିଲେ। ତାଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।