ସୁନାବେଡ଼ାରେ ନିଖୋଜ ବ୍ୟକ୍ତି ହିରେନ୍ଦ୍ର ନାଥ ସରକାର,ଓଡ଼ିଶା ସରକାରଙ୍କୁ ଗୁହାରି

ସୁନାବେଡ଼ା, ୦୨/୦୯: ସୁନାବେଡ଼ା ପୌର ପରିଷଦ ଅଞ୍ଚଳର ୪ ନମ୍ବର ୱାର୍ଡରେ ରହୁଥିବା ହିରେନ୍ଦ୍ର ନାଥ ସରକାର ଗତ ଏକ ମାସ ହେଲା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ନିଖୋଜ ହୋଇଥିବା ସୂଚନା ମିଳିଛି। ଜଣାଯାଇଛି ଯେ, ସେ ବିଶାଖାପାଟଣାର ଏକ ମେଡିକାଲରୁ ନିଖୋଜ ହୋଇଛନ୍ତି।
ଏ ନେଇ ଆନ୍ଧ୍ର ପୋଲିସ ଥାନାରେ ନିଖୋଜ ଅଭିଯୋଗ ଦାଖଲ କରାଯାଇଥିଲେ ମଧ୍ୟ, ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତରେ କୌଣସି ଗୁରୁତ୍ୱ ଦେଇନଥିବା ଅଭିଯୋଗ ହୋଇଛି।
ଏହି ପରିସ୍ଥିତିରେ ହିରେନ୍ଦ୍ର ନାଥଙ୍କ ପରିବାର ଓଡ଼ିଶା ସରକାରଙ୍କ ଦ୍ୱାରସ୍ଥ ହୋଇ ସାହାଯ୍ୟ ଲାଗି ଗୁହାରି କରିଛନ୍ତି। ହିରେନ୍ଦ୍ର ନାଥ ସୁନାବେଡ଼ା ଡିପି କ୍ୟାମ୍ପରେ ରହୁଥିବା ଜଣାଯାଇଛି। ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିଲେ ଯୋଗାଯୋଗ କରିବା ପାଇଁ ନମ୍ବର ୯୦୪୦୮୯୫୮୩୯ ଜାରି କରାଯାଇଛି।
ପରିବାର ଓ ସ୍ଥାନୀୟ ଲୋକେ ପ୍ରଶାସନ ଏବଂ ପୋଲିସ ବିଭାଗ ଏହି ଘଟଣାକୁ ଗୁରୁତ୍ୱ ଦେଇ ଶୀଘ୍ର ତଦନ୍ତ କରି ହିରେନ୍ଦ୍ର ନାଥଙ୍କୁ ଖୋଜି ବାହାର କରିବାକୁ ଅନୁରୋଧ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ସୁନାବେଡା ରୁ ସୁରଜ ବାଘଙ୍କ ରିପୋର୍ଟ