ଚାରି କ୍ଵିଣ୍ଟାଲ ୩୯ କିଲୋ ଗଞ୍ଜେଇ ଜବତ

ମାଲକାନଗିରି, ୨/୯: ଖଇରପୁଟ ବ୍ଲକ ସୁନାନଗର ଗ୍ରାମ ନିକଟସ୍ଥ ପତ୍ରିପାଖନା ଜଙ୍ଗଲରେ ୧୮ ଗୋଟି ଜରି ବସ୍ତାରେ ଗଞ୍ଜେଇ ଭର୍ତ୍ତି କରାଯାଇ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ଗଛିତ ରଖା ଯାଇଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଓର୍କେଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା।
ସେଠାରେ ଗଛିତ ଥିବା ଗଞ୍ଜେଇ ବସ୍ତାଗୁଡିକୁ ପୋଲିସ ଜବତ କରାଯାଇଥିଲା ବେଳେ କୌଣସି ଆସାମୀକୁ ଗିରଫ କରାଯାଇନଥିବା ଜଣା ପଡ଼ିଛି।ମାଜିଷ୍ଟ୍ରେଟ ଭାବେ କୁଡୁମୁଲୁଗୁମ୍ମା ତହସିଲଦାର କୃଷ୍ଣଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ଜବତ ହୋଇଥିବା ସମସ୍ତ ଗଞ୍ଜେଇକୁ ଓଜନ କରାଯାଇଥିଲା ।
ଉକ୍ତ ଗଞ୍ଜେଇର ଓଜନ ୪କ୍ୱିଣ୍ଟାଲ ୩୯ କିଲୋ ୨୦୦ ଗ୍ରାମ ହୋଇଥିଲା। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଛି। ଏହି ଗଞ୍ଜେଇ କିଏ ଗଛିତ କରିଥିଲା ପୋଲିସ ଆସାମୀର ଟେର ପାଇନଥିବା ବେଳେ ଏ ନେଇ ଓର୍କେଲ ଥାନାରେ କେସ ନମ୍ବର ୨୩୪/୨୦୨୫ ରେ ଦଫା ୨୦(ବି )(ii)(ସି ) ଏନଡିପିଏସ ଆକ୍ଟ ରେ ଏକ ମାମଲା ରୁଜୁ କରା ଯାଇଛି। ଏହି ଘଟଣାର ତଦନ୍ତ ଏସଆଇ ମନୋହର ସାହୁ କରୁଥିବା ଓର୍କେଲ ଥାନା ଅଧିକାରୀ ଧୀରେନ ପଟ୍ଟନାୟ ପ୍ରକାଶ କରିଛନ୍ତି।