District

ଗଜପତି ଜିଲ୍ଲାରେ ୪ ବାଘ ଦାନ୍ତ, ଧନୁତୀର ଜବତ, ଦୁଇ ଶିକାରୀ ଗିରଫ

ପାରଳାଖେମୁଣ୍ଡି, ୨/୯: ଗଜପତି ଜିଲ୍ଲାରେ ବନ ବିଭାଗ ତରଫରୁ ଚଢ଼ାଉ କରାଯାଇ କଲରା ପତରିଆ ବାଘର ୪ ଗୋଟି ବାଘ ଦାନ୍ତ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି. ସମ୍ପୃକ୍ତ ଘଟଣାରେ ଏହି ଜିଲ୍ଲାର ଗୋଛାଗୁଡା ଗ୍ରାମର ୨ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ମାନେ ହେଲେ ଗୋଛଗୁଡା ଗାଁର ଲୁଲୁ ମଲିକ, ସହଦେ ମଲିକ. ସେମାନଙ୍କ ଠାରୁ ୪ ଟି ବାଘ ଦାନ୍ତ, ଗୋଟିଏ ଧନୁ ତୀର, ୪ ଟି ଫାଶ ଜବତ କରିଛି ବନ ବିଭାଗ I ଗତ କିଛି ଦିନ ତଳେ ଗଞ୍ଜାମ ଭଞ୍ଜନଗର ବନବିଭାଗ ବାଘଛାଲ ସହ ଗୋଛାଗୁଡା ଗାଁର ଚିତ୍ର ମଲିକକୁ ଗିରଫ କରିଥିଲା I ଏହି ଘଟଣାର ତଦନ୍ତ କରି ଗିରଫ ହୋଇଥିବା ଚିତ୍ରଙ୍କ ସହଦେ ଓ ତାଙ୍କ ସହଯୋଗୀ ଲୁଲୁ ସମ୍ପୃକ୍ତ ଥିବା ଯୋଗୁଁ ୨ ଜଣଙ୍କୁ ଗିରଫ କରାଯାଇଥିବା ପାରଳାଖେମୁଣ୍ଡି ଏ.ସି.ଏଫ ସାଇନି ଶ୍ରୀଦାସ ସୂଚନା ଦେଇଛନ୍ତି । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଅଭିଯୁକ୍ତମାନେ ଗୋଛାଗୁଡା ଗାଁ ନିକଟରୁ କଲରା ପତରିଆ ବାଘ ଶିକାର କରି ଭଞ୍ଜନଗର ଅଞ୍ଚଳରେ ଛାଲ ଓ ଦାନ୍ତ ବିକ୍ରି କରିଥିଲେ । ଗତ କିଛି ଦିନ ତଳେ ବାଘ ଛାଲ ସହ ଗୋଛାଗୁଡା ଗାଁର ଚିତ୍ର ମଲିକକୁ ଗିରଫ କରିଥିଲା ଭଞ୍ଜନଗର ବନ ବିଭାଗ. ଏହି ବାଘ ଛାଲ ଜବତ ଘଟଣାର ତଦନ୍ତ କରୁଥିଲା ଭଞ୍ଜନଗର ବନ ବିଭାଗ. ଗିରଫ ଚିତ୍ରଙ୍କ ସୂଚନା ଆଧାରରେ ପାରଳାଖେମୁଣ୍ଡି ଏସିଏଫ ସାଇନି ଶ୍ରୀ ଦାସ, ଭଞ୍ଜନଗର ଏସିଏଫ ବିମଳ ପ୍ରଧାନଙ୍କ ନେତୃତ୍ୱରେ ଗୋଛାଗୁଡା ଗାଁରେ ଚଢ଼ାଉ କରାଯାଇଥିଲା I ଚଢ଼ାଉ ପରେ ଚିତ୍ର ମଲିକଙ୍କ ପୁଅ ସହଦେଙ୍କ ଘରୁ ୪ ଟି ବାଘଦାନ୍ତ, ଗୋଟିଏ ଧନୁ ତୀର ଓ ୪ଟି ଫାଶ ଜବତ କରାଯାଇ ଏହି ୨ ଜଣଙ୍କୁ ଗିରଫ କରାଯାଇଛି.

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button