ନୂତନ ସିଆରସିସିମାନଙ୍କ ତାଲିମ ଶିବିର ଆୟୋଜନ

ମାଲକାନଗିରି, ୨/୯: ମାଲକାନଗିରି ଜିଲ୍ଲାରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନଙ୍କର ତାଲିମ ଶିବିର ଆୟୋଜନ କରାଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିବା ବେଳେ ଉପଜିଲ୍ଲାପାଳ ଅଶ୍ନି ଏ ଏଲ୍ ଉପସ୍ଥିତ ଥିଲେ।
ସମଗ୍ର ଶିକ୍ଷା ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନଙ୍କୁ ଶ୍ରେଣୀ ଗୃହ ର ତଦାରଖ, ମଧ୍ୟାହ୍ନ ଭୋଜନ, ପୋଷାକ, ଜୋତା , ଛାତ୍ରବୃତ୍ତି, ସମୟାନୁବର୍ତ୍ତାତା ଓ ବିଭାଗର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇ ଥିଲେ।
ସେହିପରି ଉପଜିଲ୍ଲାପାଳ ତାଙ୍କର ବିଦ୍ୟାଳୟ ପରିଦର୍ଶନ ର ଅନୁଭଵ ମଧ୍ୟ ମତ ବିନିମୟ କରିଥିଲେ। ଆସନ୍ତା ଦିନ ଗୁଡିକରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କ ନିୟମିତ ବୈଠକ ଓ ତାଲିମ ପ୍ରଦାନ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣଗ୍ରାହୀ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଯୋଗ ଦେଇ ଥିଲେ। ଏହି ଶିବିରକୁ ସମଗ୍ର ଶିକ୍ଷା ଅଭିଯାନର କର୍ମଚାରୀମାନେ ଆୟୋଜନ କରିଥିଲେ ।