ନିର।ଶରେ ପଦ୍ମ ପୁର ମଉଳିଲ। ଏନଏସି ର ଆଶ।
ନିରାଶ ପଦ୍ମପୁର ମଉଳିଲା ଏନଏସି ଆଶା
ଗୁଣୁପୁର, ୧/୯ : ପଦ୍ମପୁର ବାସୀଙ୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଆଶା ମଉଳି ଗଲା ଆବଶ୍ୟକୀୟ ସବୁ ମାନଦଣ୍ଡ ଥିଲେ ହେଁ ରାଜନୈତିକ ଯାହା ଶକ୍ତିର ଅଭାବ ଯୋଗୁଁ ତାଲିକା କୁ ବାଦ ପଢିଲା । ପୂର୍ବ ସରକାର ଉପେକ୍ଷା କରୁଥିବା ନେଇ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇ ଥିବା ବେଳେ ନୂତନ ସରକାର ଙ୍କ ସମୟେ ମଧ୍ୟ ସମାନ ସ୍ଥିତି ପରିଲିକ୍ଷିତ ହେଲା । ପଦ୍ମପୁର ବାସୀଙ୍କ ଆଶା ଥିଲା କ୍ଲାୟର ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ଶେଷ ପର୍ଯ୍ୟାୟ ରେ ଯେଉଁ ନୂଆ ଏନଏସି ଘୋଷଣା କରିବେ ସେଥିରେ ପଦ୍ମପୁର ସ୍ଥାନ ପାଇବ । କିନ୍ତୁ ମୁଖ୍ୟମନ୍ତ୍ରୀ ଙ୍କ ନୂଆ ୧୬ ଏନଏସି ଓ ୭ ମୁନିସପାଲିଟି ଘୋଷଣା ପରେ ପଦ୍ମପୁର ବାସୀ ଙ୍କ ଏନଏସି ମାନ୍ୟତା ଆଶା ମଉଳି ଯାଇଛି । ସୂଚନା ଥାଉ କି ଗତ ଅଗଷ୍ଟ ୧୫ ତାରିଖ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଧୀନତା ଦିବସ ମଞ୍ଚ ରେ ଗାଜ୍ୟ ରେ ୨୧ ଗୋଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହେବା ନେଇ ମତ ପ୍ରକାଶ କରିଥିଲେ । ଯାହା ଗତ ଅଗଷ୍ଟ ୧୬ ତାରିଖରେ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ରେ ୧୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପୋଷଣା କରିଥିଲେ । ଏହା
ପରେ ସାଯନ୍ତ୍ର ଶାସନ ଦିବସ ଅବସରରେ ଶେଷ ପର୍ଯ୍ୟାୟ ଘୋଷଣା କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀଙ୍କ ଘୋଷଣା ପରେ ପଦ୍ମପୁର କୁ ଏନଏସି ମାନ୍ୟତା ପ୍ରଦାନ ପାଇଁ ଏକ ନୂତନ ଆଶା ସଂଚାର ହୋଇଥିଲା । ପୂର୍ବରୁ କେଉଁଠି ବ୍ୟତିକ୍ରମ ରହିବାକୁ ପ୍ରଥମ ପର୍ଯ୍ୟାୟ ତାଲିକା ରୁ ବାଦ ପଡିଲା ବୋଲି ଏହାର ମୂଳ କାରଣକୁ ବିଶ୍ଳେଷଣ କରା ଯାଇଥିଲା । ପୁଣି ପଦ୍ମପୁର ର ଏକ ପ୍ରତିନିଧି ଦଳ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଙ୍କ ନେତୃତ୍ବରେ ପ୍ରଥମେ ଗୁଣୁପୁର ଉପଜିଲ୍ଲାପାଳ ପରେ ରାୟଗଡ଼ା ଜିଲ୍ଲାପାଳ ଙ୍କ ପାଖେ ଫେରାଦ ହୋଇ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଏଥି ପାଇଁ ଯେଉଁ ସବୁ ଗୁରୁତ୍ଵପୂର୍ଣ
ନଥିପତ୍ରର ଆବଶ୍ୟକତା ରହିଛି ତାହା ଯୋଗାଡିବା ପାଇଁ ମଧ୍ୟ ଉକ୍ତ ପ୍ରତିନିଧି ଦଳ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଗତ ମାର୍ଚ୍ଚ ୫ ତାରିଖ ପତ୍ର ସଂଖ୍ୟା ୭୧୪ ପଦ୍ମପୁର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପାଇଁ ଏକ ବିସ୍ତୃତ ପୁସ୍ତାବ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ରାୟଗତ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦାନ କରିଥିଲେ । ଏହା ପରେ ଏହି ପ୍ରସ୍ତାବ କୁ ଜିଲ୍ଲା ସ୍ତରରୁ ଗୃହ ଓ ନଗର ସନ୍ନୟନ ବିଭାଗ କୁ ମାର୍ଚ ୭/୨୦୨୫ ପତ୍ର ସଂଖ୍ୟା ୧୫୩ ମାଧ୍ୟମ ରେ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା । କିନ୍ତୁ ଏହା ପରେ ଏହାକୁ ଅନୁସରଣ କରିବାର ଯେଉଁ ପ୍ରକ୍ରିୟା ରହିଥାଏ ଏହାକୁ ସ୍ଥାନୀୟ ନେତା ଙ୍କ ଆନ୍ତରିକତା ଅଭାବ
ଗ୍ରାମପଞ୍ଚାୟତ ପଦ୍ମପୁର
ଯୋଗୁଁ ସମ୍ଭବପର ହୋଇ ପାରିଲା ନାହିଁ । ପୂର୍ବ ବିଜେଡି ସରକାର ରେ ଯେମିତି ପଦ୍ମପୁର କୁ ଅବହେଳିତ କରାଯାଇଥିଲା ବର୍ତ୍ତମାନ ନୂଆ ବିଜେପି ସରକାର ରେ ମଧ୍ୟ ପୂର୍ବ ଭଳି ସ୍ଥିତି ପରିଲିକ୍ଷିତ ହେବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି କ୍ଷ” ଅନ୍ୟ ପକ୍ଷରେ ରାୟଗତ ଜିଲ୍ଲା ର ବାଣିଜ୍ୟିକ ପେଣ୍ଠ ସ୍ଥଳୀ ଭାବରେ ପଦ୍ମପୁର ବେଶ୍ ପରିଚିତ । ପ୍ରତିଦିନ ପଦ୍ମପୁର ଉପରେ କେବଳ ପଜୋଶୀ ବ୍ଲକ ନୁହେଁ ପଡୋଶୀ ଗଜପତି ଜିଲ୍ଲା ର କିଛି ବ୍ଲକର ଲୋକ ମଧ୍ୟ ବିଭିନ୍ନ କାର୍ଯ୍ୟ ନିମନ୍ତେ ଏଠାରେ ନିର୍ଭରଶୀଳା ୨୦୧୧ ଜନ ଗଣନା ଅନୁଯାୟୀ ପଦ୍ମପୁର ରେ ୮୦୧୮ ଲୋକ ରହିଥିବା ବେଳେ ଦୀର୍ଘ ୧୦ ବର୍ଷ ପରେ ୨୦୨୧ ରେ ଏହା ୧୫୦୦୦ ରେ ପହଞ୍ଚିଥିବା
ଅନୁମାନ କରାଯାଉଛି । ଦିନ କୁ ଦିନ ସହରର ବନ୍ଧିତ ଜନ ସଂଖ୍ୟା ଏବଂ ଆୟତନ ବଢ଼ି ଚାଲିଥିବା ବେଳେ ଜଳ ସାଧାରଣ ଙ୍କୁ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବା କ୍ଷମତା ପଞ୍ଚାୟତ ପାଖେ ନଥିବାରୁ ବହୁ ଉନ୍ନତି ମୂଳକ କାର୍ଯ୍ୟ ଆଗକୁ ବଢିପାରୁନି । ଗାଁଜନୈତିକ ଇଚ୍ଛା ଶକ୍ତି ର ଅଭାବ ଯୋଗୁଁ ପଦ୍ମପୁର କୁ ଏନଏସି ମାନ୍ୟତା ସୁଯୋଗ ପୁଣି ଥରେ ହାତ ଛଡ଼ା ହେଲା ବୋଲି ଲୋକେ କହୁଛନ୍ତି । ତେବେ ଜନସାଧରଣ ଙ୍କ ବୃହତ ସ୍ୱାର୍ଥ ଦୃଷ୍ଟି ରୁ ପଦ୍ମପୁର କୁ ଏନଏସି ମାନ୍ୟତା ବର୍ତମାନ ଆବଶ୍ୟକ ହୋଇ ପଢିଛି । ଏଥି ପ୍ରତି ସରକାର ଏବଂ ସ୍ଥାନୀୟ ଜନ ପ୍ରତିନିଧି ଦୃଷ୍ଟି ଦେଇଥିଲେ ଅଞ୍ଚଳ ର ବିକାଶ ହୋଇ ପାରନ୍ତା ବୋଲି ସାଧରଣରେ ଚର୍ଚ୍ଚା ହେଉଛି ।