ଦୀପ ନିର୍ମାଣ ରେ କ।ରିଗର ବ୍ଯସ୍ତ
ଦୀପ ତିଆରିରେ କାରିଗର ବ୍ୟସ୍ତ
ନବରଙ୍ଗପୁର,ତା୨/୯
ଆଦିବାସୀ ଅଧ୍ୟଷିତ ପଛୁଆ ନବରଙ୍ଗପୁର ଜିଲ୍ଲା ଶିଳ୍ପସଂସ୍ଥା ପ୍ରତିଷ୍ଠା କ୍ଷେତ୍ରରେ ବହୁ ପଛରେ ପଡିଥିବା ବେଳେ ହସ୍ତଶିଳ୍ପ ଉତ୍ପାଦନରେ ବହୁ ଆଗରେ ରହିଛି । ଏଠାକାର ହସ୍ତଶୀଳ୍ପ କାରିଗରଙ୍କ ହାତର ଯାଦୁସ୍ପର୍ଶରେ ନିର୍ମିତ ଜୀବନ୍ତ ଆକର୍ଷଣୀୟ ହସ୍ତଶୀଳ୍ପ ସାମଗ୍ରୀ କେବଳ ରାଜ୍ୟ ନୁହେଁ ଜାତୀୟ ତଥା ବିଶ୍ବ ବଜାରରେ ଗ୍ରାହକମାନଙ୍କ ପ୍ରଥମ ପସନ୍ଦ ସାଜିବାରେ ସକ୍ଷମ ହୋଇପାରିଛି । ଆଉ ହସ୍ତଶିଳ୍ପ ସାମଗ୍ରୀ ଉତ୍ପାଦନ କରି ଜିଲ୍ଲାପାଇଁ ପ୍ରଶଂସା ସାଉଣ୍ଟୁଛନ୍ତି ଏହି ନିଆରା କାରିଗର। ଆଗକୁ ଦୀପାବଳୀ ଥିବାରୁ କୁମ୍ଭାରଶାଳ ଏବେ ଚଳଚଞ୍ଚଳ ହୋଇ ଉଠିଛି। ଦୀପ ତିଆରିରେ କାରିଗର ଲାଗିପଡିଛନ୍ତି ।
ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ରହିଛନ୍ତି
ଟେରାକୋଟା (ମୃରିକା), ଡୋକ୍ରା (ପିତ୍ତଳ), କାଠ, ବାଉଁଶ, ଲାଖ, ଆଦିବାସୀ ଅଳଙ୍କାର, ଧାନ ଶିଳ୍ପ, ଆଦିବାସୀ ଚିତ୍ରକଳା ଭଳି ହସ୍ତଶୀଳ୍ପ ସାମଗ୍ରୀ ତିଆରି କାରିଗର । ଅଧିକାଂଶ
ହସ୍ତକଳା କାରିଗର ଜିଲ୍ଲା ଶିଳ୍ପକେନ୍ଦ୍ର ଓ ନାବାର୍ଡ ସହଯୋଗରେ ଉତ୍ତମ ପ୍ରଶିକ୍ଷଣ ପାଇ ଶ୍ରେଷ୍ଠ କାରିଗର ଭାବେ ନିଜକୁ ପ୍ରତିଷ୍ଠା କରିବା ସହ କିଛି କାରିଗର ରାଜ୍ୟସ୍ତରରେ ପ୍ରଶିକ୍ଷକ ଭାବେ
ଦାୟିତ୍ଵ ନିର୍ବାହ କରୁଛନ୍ତି । ତେବେ ଟେରାକୋଟା ବା ମୂଭିକା କାରିଗର ବିଭିନ୍ନ ଗୃହ ଉପକରଣ ଓ ସାଜସଜ୍ଜା ସାମଗ୍ରୀ ଉତ୍ପାଦନ କରି ବେଶ ଆର୍ଥିକ ସ୍ବଚ୍ଛଳ ହୋଇପାରିଛନ୍ତି । ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ତଣ୍ଡାଗୁଡା ଗ୍ରାମର
୧୦୫ ମହିଳା ଓ ପୁରୁଷ ଟେରାକୋଟା କାରିଗର ନାବାର୍ଡ ସହଯୋଗରେ ଉତ୍କୃଷ୍ଟ ଜ୍ଞାନକୌଶଳ ପ୍ରଶିକ୍ଷଣ ପାଇବା ସହ କଞ୍ଚାମାଟିରେ ରଙ୍ଗ ତୂଳୀ ସ୍ପର୍ଶରେ ଜୀବନ୍ତ ସାମଗ୍ରୀ ଉତ୍ପାଦନ କରୁଛନ୍ତି। ସେହିଭଳି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡା ଗ୍ରାମର ୬୦ ଟେରାକୋଟା କାରିଗର ଜିଲ୍ଲା ଶିଳ୍ପକେନ୍ଦ୍ର ସହଯୋଗରେ ପ୍ରଶିକ୍ଷଣ ପାଇବାସହ ଆକର୍ଷଣୀୟ ସାମଗ୍ରୀ
ଉତ୍ପାଦନ କରୁଛନ୍ତି । ଏହି ଦୁଇ ଅଞ୍ଚଳର ଅନନ୍ୟ କାରିଗର ପ୍ରତିବର୍ଷ ଦୀପାବଳୀ ପାଇଁ ପ୍ରାୟ ୧୫ ରୁ ୨୦ ଲକ୍ଷ ଦୀପ ନିର୍ମାଣ କରି ବିଭିନ୍ନ ଅଞ୍ଚଳକୁ ରପ୍ତାନି କରୁଛନ୍ତି । ସେହିଭଳି ଜିଲ୍ଲା ଓରମାସ ସହଯୋଗରେ ମଧ୍ୟ ଦୀପ ବିକ୍ରି ନିମନ୍ତେ ବଜାର ସୁବିଧା
ଦୀପାବଳି ଲାଗି କୁମ୍ଭାରଶାଳ ଚଳଚଞ୍ଚଳ
ଉପଲବ୍ଧ କରାଯାଇଛି ବୋଲି ଓରମାସ ଡେପୁଟି ସିଇଓ ଏ ଉମା ମହେଶ କହିଛନ୍ତି । ଦୀପାବଳୀର ଦୁଇ ମାସ ପୂର୍ବରୁ କାରିଗର ଦୀପ ତିଆରିରେ ନିମଗ୍ନ ଥିବା ବେଳେ ଏହି ଅଞ୍ଚଳରେ କୁମ୍ଭାରଶାଳ ଚଳଚଞ୍ଚଳ ହୋଇ ଉଠିଛି । ମହିଳା ଓ ପୁରୁଷ ଉଭୟ କାରିଗର ଦୀପାବଳୀ ନିମନ୍ତେ ଦୀପ ନିର୍ମାଣରେ ରାତିଦିନ ଏକ କରିଦେଇଥିବା ଦେଖୁବାକୁ ମିଳିଛି।