ଦଳୀୟ ନେତ।ଙ୍କ ସହ କାଉନ୍ସିଲର ଙ୍କ ରୁଦ୍ର ଦୂର ବୈଠକ
ଦଳୀୟ ନେତାଙ୍କ ସହ କାଉନ୍ସିଲରଙ୍କ ରୁଦ୍ଧଦ୍ବାର ବୈଠକ
ଉମରକୋଟ, ୧/୯
ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଧ୍ଯକ୍ଷା ରାଧା ଭତ୍ରାଙ୍କ ବିରୋଧରେ ଗତ ମଙ୍ଗଳବାର ଅର୍ଥାତ୍ ୨୬ ତାରିଖରେ ବିଭିନ୍ନ ଅଭିନେ ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ପରିଷଦର ସମସ୍ତ ୧୪ କାଉନ୍ସିଲର ନବରଙ୍ଗପୁର ଯାଇ ଅତିରିକ୍ତ ଜିଲାପାଳଙ୍କୁ ଦରଖାସ୍ତ ପ୍ରଦାନ କରିଥିଲେ। ଏହି ଘଟଣା ପରେ ସହରରେ ବିଜେଡିର ଭାବମୂର୍ତ୍ତି ନଷ୍ଟ ହୋଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଥିଲା। ଏହା ମଧ୍ୟରେ ଘଟଣାର ସମାଧାନ ଓ ଅଧ୍ୟକ୍ଷାଙ୍କ ଚୌକିକୁ ବଞ୍ଚାଇବା ପାଇଁ ରବିବାର ବିଜେଡିର ଆଗ ଧାଡ଼ିର ନେତା ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ରବିବାର ରାତିରେ ଉମରକୋଟର ବୁର୍ଜା ଅଞ୍ଚଳର ଏକ ଅଜ୍ଞାତ ସ୍ଥାନରେ ନବରଙ୍ଗପୁର ଜିଲା ବିଜେଡି ସଭାପତି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ଏମ୍ପି ରମେଶ ଚନ୍ଦ୍ର ମାଝୀ ଓ ପ୍ରଦୀପ ମାଝୀ ସମସ୍ତ କାଉନ୍ସିଲରଙ୍କ ସହ ରୁଦ୍ଧଦ୍ବାର ବୈଠକ କରି ପ୍ରସ୍ତାବ ସପକ୍ଷରେ ଭୋଟ ନ
ଭପରକୋଟ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ
ଦେବା ପାଇଁ ଅନୁରୋଧ କରିଥିବା ସୂଚନା ମିଳିଛି। ଏହି ବୈଠକରେ ଅଧ୍ଯକ୍ଷା ରାଧା ଭତ୍ରା, ଉପାଧ୍ଯକ୍ଷ ସୁଧାଂଶୁ ଦାସଙ୍କ ସମେତ ବିଜେଡିର ସମସ୍ତ ୧୨ କାଉନ୍ସିଲର ଉପସ୍ଥିତ ଥ୍ ଥିଲେ। ଭବିଷ୍ୟତରେ ସମସ୍ତେ ମିଳିମିଶି କାମ କରିବା ବୋଲି ଅଧ୍ଯକ୍ଷା ରାଧା ଭତ୍ରା ତ୍ରା ପ୍ରତିଶ୍ରୁତି ଦେଇଥିବା ଦେ ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ କାଉନ୍ସିଲରମାନେ ଏହା ଉପରେ ନିଷ୍ପଭି ନେବା ପାଇଁ ୨ ଦିନ ସମୟ ମାଗିଥିବ ଜଣାପଡ଼ିଛି। ତେବେ ଦଳର ଏହି ฑ ପୁରୁଖା ନେତା ଘଟଣାକୁ କିପରି ସମାଧାନ କରି ଅଧ୍ଯକ୍ଷାଙ୍କ ଚୌକିକୁ ବଞ୍ଚାଇବା ପାଇଁ ପଦକ୍ଷେପ ନେବେ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା। ତେବେ ଏହି ବୈଠକ ସମ୍ପର୍କରେ ବିଜେଡିର କେତେଜଣ କାଉନ୍ସିଲରଙ୍କ ମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି କାଉନ୍ସିଲର ମୁହିଁ ଖୋଲି ନ ଥିଲେ।