Education
ଚାନ୍ଦ। ହାଣ୍ଡି ଏସବିଆଇରୁ ଚୋରି ଉଦ୍ୟମ
ଚନ୍ଦାହାଣ୍ଡି ଏସ୍ବିଆଇରୁ ଚୋରି ଉଦ୍ଯମ
ଚନ୍ଦାହାଣ୍ଡି, ୨/୯: ଚନ୍ଦାହାଣ୍ଡି ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଚୋରି ଉଦ୍ୟମ ହୋଇଛି। ଶନିବାର ବିଳମ୍ବିତ ରାତିରେ ଅଜଣା ଦୁର୍ବୁତ୍ତ ବ୍ୟାଙ୍କ ସଟରର ତାଲା ଭାଙ୍ଗି ଭିତରେ ପଶିଥିଲେ | ବ୍ୟାଙ୍କ ଭିତରେ ଲାଗିଥିବା ସିସି କ୍ୟାମେରା ତାର କାଟିବା ପରେ ଜରୁରିକାଳୀନ ସାଇରନ ବାଜିଥିଲା। ଭୟଭୀତ ହୋଇ ଦୁର୍ବୃତ୍ତମାନେ ବ୍ୟାଙ୍କ ପରିସରରୁ ଚମ୍ପଟ ମାରିଥିଲେ। ଲକର ଭାଙ୍ଗିବା ପାଇଁ ଆଣିଥିବା ଗ୍ୟାସ କଟରକୁ ଦୁର୍ବୃତ୍ତ ଛାଡ଼ି ପଳାଇଛନ୍ତି। ଏ ସମ୍ପର୍କରେ ଶାଖା ପରିଚାଳକ ସୁରଜ ହାଲଦାର ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭକରିଛି। ସାଇଣ୍ଟିଫିକ ଟିମ୍ ଓ ସିସି ଟିଭି କଏଦ ହୋଇଥିବା ଫୁଟେଜ ଯାଞ୍ଚ ପରେ ଦୁର୍ବୃତ୍ତଙ୍କୁ
ଠାବ କରାଯିବ ବୋଲି ତଦନ୍ତକାରୀ
ପ୍ରକାଶ କରିଛନ୍ତି ।