ମାର୍ଚ୍ଚ ସୁଦ୍ଧା ଜଗନ୍ନାଥ ସାଗର ର ନବକଳେବର ହେବ
ମାର୍ଚ୍ଚ ସୁଦ୍ଧା ଜଗନ୍ନାଥ ସାଗରର ନବକଳେବର
ଜୟପୁର,୨/୯: ଐତିହାସିକ ଜଗନ୍ନାଥ ସାଗରର ରୂପରେଖ। ବଦଳିବ । ଆସନ୍ତ। ମାର୍ଜ ସୁଦ୍ଧା ହେବ ନବକଳେବର । ସାଗର ବୁକୁରୁ ସମ୍ପୂର୍ଣ୍ଣ ଭାବେ ପାଣି ଏବଂ ପଙ୍କ ବାହାର କରଯିବ। ଏଥିଲାଗି ଖର୍କ ହେବ ପ୍ରାୟ ୩୦ କୋଟି ଟଙ୍କା । ଡିପିଆର ପ୍ରସ୍ତୁତି ପରେ ଖୁବ୍ଶୀଘ୍ର କାମ ଆରମ୍ଭ ହେବ। ରାଜ୍ୟ ୱାଟର୍ ରେଳୁଭେନେସନ୍ ୟୁନିଟ୍ ଡବ୍ଲ୍ୟୁଆରମ୍ଭ
ନିର୍ମାଣାଧୀନ ପାର୍କରେ । କିଛି ସମୟ ପରେ ପହଞ୍ଚିଥିଲେ ବିଧାୟକ ତାରାପ୍ରସାଦ ବାହିନୀପତି, ପୌରାଧକ୍ଷ ନରେନ୍ଦ୍ର କୁମାର ମହାନ୍ତି ଏବଂ ଅନ୍ୟମାନେ । ସାଗର ଉନ୍ନୟନ, ଦଳ ସଫା, ପାଣି ନିଷ୍କାସନ, ପଙ୍କ ବାହାର, ବାର୍ଡ ଆଇଲାଣ୍ଡ ସହ ନୂଆପାଣି ସଂରକ୍ଷଣ ବାବଦରେ ଆଲୋଚନା କରିଥିଲେ । ତୁରତ ତିପିଆର ପ୍ରସ୍ତୁତି ସାରି କାମ
ଡବ୍ଲ୍ୟୁଆରୟୁ ପରାମର୍ଶଦାତାଙ୍କ ପରିଦର୍ଶନ ବାହାରିବ ପାଣି ଓ ପଙ୍କ, ଖର୍ଚ୍ଚ ହେବ ୩୦ କୋଟି !
ପରାମର୍ଶଦାତା ଦେଢସୁନ୍ଦର ମହାପାତ୍ର ସାଗର ପରିଦର୍ଶନ ବେଳେ ଏହି ସୂଚନା ଦେଇଛନ୍ତି।
ଶ୍ରୀ ମହାପାତ୍ର ଆଜି ପୂର୍ବାଦ୍ଧରେ ସାଗର ପରିଦର୍ଶନ କରିଥିଲେ । ସାଙ୍ଗରେ ଥିଲେ ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଳେଇ ଅଜୟ କୁମାର ଜାନା, ଭୁବନେଶ୍ୱରରୁ ଆସିଥିବା ଡବ୍ଲ୍ୟୁଆର୍ ୟୁନିଟ୍ର ସ୍ମୃତିରଞ୍ଜନ ସିଂ, ଆର୍କିଟେକ୍ ଅଭିଷେକ ନାୟକ ଏବଂ ଏଡିସିଓ ଟିମ୍ ସଦସ୍ୟ। ସାଗର ଚାରିପଟ ବୁଲିବା ପରେ ଶେଷରେ ପହଞ୍ଚିଥିଲେ ସାଗରର ପଞ୍ଚାନନ ମନ୍ଦିର ଛକ
ଆରମ୍ଭ କରିବାକୁ ଅନୁରୋଧ କରିଥିଲେ । ପାଣି, ପଙ୍କ ଏବଂ ମାଟି ବାହାର ପରେ ପାରିପାର୍ଶ୍ଵକ ଉନ୍ନୟନ କାମ କରାଯିବା ଉଚିତ ବୋଲି ଶ୍ରୀ ମହାପାତ୍ର ଆଲୋଚନା ବେଳେ କହିଥିଲେ ।
ବିଧାୟକ ଶ୍ରୀ ବହିନାପତି କହିଛଗି, ୧୫୦ ଏକର ପରିମିତ ଏହି ସାଗର ସହରବାସୀଙ୍କ ଭାବବେଗ ସହ ଜଡ଼ିତ । ଏହାର ପୁନରୁଦ୍ଧାର ଲାଗି ବିଭିନ୍ନ ଫୋରମ୍ଭରେ ଦାବି ହୋଇଛି । ସାଗରରୁ ସମ୍ପୁର୍ଣ୍ଣ ପାଣି ଖାଲି କରିବାକୁ ପ୍ରଶାସନିକ ଅନୁମତି ମଗାଯାଇଛି। ଦୁଇ ତିନି ଦିନ ମଧ୍ୟରେ
ସାଗରରୁ ଜଳ ନିଷ୍କାସନ କାମ ଆରମ୍ଭ ହେବ। ପାଣି ସମ୍ପୂର୍ଣ ଖାଲି ହେବା ପରେ ପଙ୍କ ବାହାର କରାଯିବ । ସାଗର ଭିତରେ ତିଆରି ହେବ ୨ଟି ଆଇଲ୍ୟାଣ୍ଡ (ଟାଗୁ)। ଯେଉଁଠି ବିଭିନ୍ନ ପ୍ରଜାତିର ପକ୍ଷୀ ବସବାସ କରିବେ । ପକ୍ଷୀଙ୍କ ଖାଇବା ଲାଗି ସାଗର କୂଳରେ ବିଭିନ୍ନ ଫଳଗଛ ଲାଗିବ । ଫୁଲଉଛ ମଧ୍ୟ ଲଗାଯିବ, ଯାହା ପାଣି ବିଶୋଧନର କାମ କରିବ । ଆଇଲ୍ୟାଣକୁ ଯିବା ଲାଗି ବୋଟି ବ୍ୟବସ୍ଥା ରହିବ । ଏଥିସହ ଅନ୍ୟାନ୍ୟ ଭନ୍ନୟନମୂଳକ କାମ
ହେବ । ନିପିଆର ପ୍ରସ୍ତୁତି, ପ୍ରଶାସନିକ ଅନୁମତି ପରେ ନଭେମ୍ବର ଶେଷ ସୁଦ୍ଧା ପକ ବାହାର କରାଯିବ । ମାର୍ଚ୍ଚ ଭିତରେ ଉପରୋଇ କାମ ସରିବ। ସାଗର ଚାରିପଟେ ହୋଇଥିବା ଜବରଦଖଲ ହଟାଯିବ । ଜଗନ୍ନାଥ ସାଗରକୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ।
ପରାମର୍ଶଦାତା ଶ୍ରୀ ମହାପାତ୍ର କହିଛନ୍ତି, ସରକାରୀ ନିୟମ ଅନୁଯାୟୀ ପାଣି, ପଙ୍କ, ମାଟି ବାହାର ଲାଗି ଏକର ପିଛା ପ୍ରାୟ ୨୦ ଲକ୍ଷ ଖର୍ଜ
ହେବ । ଜଗନ୍ନାଥ ସାଗର ୧୫୦ ଏକରରେ ଥିବାରୁ ପ୍ରାୟ ୩୦ କୋଟି ଖର୍କ ହୋଇପାରେ । ପାଣି ଏବଂ ପଙ୍କ ବାହାରିବା ପରେ ଚଟାଣରୁ ଦୁଇ ଫୁଟ ମାଟି ଖୋଳାଯିବ। ରକ୍ତ ମାଟିରେ ୨ଟି ଆଇଲାଣ୍ଟ ତିଆରି ହେବ । ଝର ଏବଂ ବର୍ଷା ପାଣି ଦ୍ବାରା ସାଗର ଭର୍ତି ହେବ। କୌଣସି ପରିସ୍ଥିତିରେ ସାଗର ଭିତରକୁ ଆବର୍ଜନା ପାଣି ପଶିବାକୁ ଦିଆଯିବନି I ଉପରୋଗ କାମ ଚାଲିଥିବା ବେଳେ ସାଗର ପାରିପାର୍ଶ୍ବକ ଉନ୍ନୟନ କାମ ନକଲେ ଭଲ ।