Education

ଚ।କିରି ଦେବ। ନଁ। ରେ ୫ ଲକ୍ଷରୁ ଉର୍ଦ୍ଧ ଠକେଇ

ଚାକିରି ନାଁରେ ୫ ଲକ୍ଷରୁ ଊର୍ଦ୍ଧ୍ବ ଠକେଇ

ଥାନାର ଦ୍ବାରସ୍ଥ ହେଲେ ଯୁବକ, ଯୁବତୀ

ନବରଙ୍ଗପୁର,୨/୯: ଚାକରି କରାଇଦେବା ନାଁରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଛି। ଫଳରେ ଠକେଇର ଶିକାର ହୋଇଥିବା ୧୦ ଜଣ ଯୁବକ ଯୁବତୀ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏନେଇ ପୁଲିସ ପୃଥକ୍ ପୃଥକ୍ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ ଯୁଗୋଳ ଶବର କହିଛନ୍ତି ।

ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗାର ପ୍ରଦୀପ୍ତ କୁମାର ସାହୁ କୋଷାଗୁମୁଡ଼ା ବ୍ଳକର କର୍ତ୍ତାମାଳ, ଶଙ୍କରଦା, ପଇତିଗୁଡ଼ା, ଚିର୍ମା ଓ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଦଳପତିପୁଟ ସମେତ ଅନ୍ୟ ଗ୍ରାମର ଯୁବକ ଓ ଯୁବତୀଙ୍କୁ ବିଭିନ୍ନ ବିଭାଗରେ ଚାକିରି କରାଇଦେବାକୁ ପ୍ରତିଶ୍ରୁତି ଦେଇ ସାଢ଼େ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆଦାୟ କରିଥିଲେ ତେବେ ଦେଢ଼ବର୍ଷ ହେବ ଚାକିରି ମିଳୁନଥିବାରୁ ଠକେଇର ଶିକାର ହୋଇଥିବା ଜାଣିପାରି କୋଡ଼ିଙ୍ଗା ଥାନାରେ ସମସ୍ତେ ବ୍ୟକ୍ତିଗତ ଭାବରେ ଏତଲା ଦେଇଥିଲେ ଠକେଇ କରିଥିବା ପ୍ରଦୀପ୍ତ ସାହୁ ଜଣେ ନିଲମ୍ବିତ ତଥା ବହିଷ୍କୃତ ଶିକ୍ଷକ ବୋଲି ଜଣାପଡ଼ିଛି। ବେକାରୀ ଶିକ୍ଷିତ ଯୁବକ ଯୁବତୀମାନେ ଚାକିରି ଖଣ୍ଡେ ପାଇବା ଆଶାରେ କିଏ ସୁନା ବନ୍ଧକ ରଖିଛି ତ ଆଉ କିଏ ଜମି ବନ୍ଧକ ରଖି ଟଙ୍କା ଦେଇଥିଲେ। କିନ୍ତୁ ଚାକରି ନମିଳିବାରୁ ଟଙ୍କା ଫେରସ୍ତ ମାଗିଲେ ନାଲି ଆଖି ଦେଖାଉଛନ୍ତି ବୋଲି ଠକାମିର ଶିକାର ହୋଇଥିବା ଯୁବକ ଓ ଯୁବତୀ କହିଛନ୍ତି । ଯୁବକ ଓ ଯୁବତୀମାନଙ୍କୁ କମ୍ପ୍ୟୁଟର ଶିକ୍ଷକ,

ସୁଭଦ୍ରା ହେଲ୍ପ ଡେସ୍କ ଓ ସୁରକ୍ଷା କର୍ମୀ ଚାକରି ସହ କିଛି ଚୁକ୍ତିଭିତ୍ତିକ ଏବଂ ଆଉଟସୋସିଂ କମ୍ପାନି ଦ୍ବାରା ଚାକିରି କରାଇବା ନାଁରେ ପ୍ରଦୀପ୍ତ ଏଭଳି ଠକାମି କରିଥିବା ନେଇ ଥାନା ଅଧିକାରୀ କହିଛନ୍ତି। ତେବେ ଥାନାରେ ଅଭିଯୋଗ କରିବା ପରେ କିଛି ଅଭିଯୋଗକାରୀଙ୍କୁ ୪ ଲକ୍ଷ ୭୦ ହଜାର ଟଙ୍କା ପ୍ରଦୀପ୍ତ ଫେରସ୍ତ କରିଛନ୍ତି ।

ସେହିପରି ଯଦି କେହି ଠକାମିର ଶିକାର ହୋଇଛନ୍ତି ତୁରନ୍ତ ପୁଲିସକୁ ସୂଚନା ଦେବାକୁ ଥାନା ଅଧିକାରୀ ଅନୁରୋଧ କରିଛନ୍ତି। ପ୍ରକାଶ ଯୋଗ୍ୟଯେ, ପ୍ରଦୀପ୍ତ କୁମାର ସାହୁ ବଡ଼ଆମ୍ବଡା ସରକାରୀ ସେବାଶ୍ରମ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ରହିଥିଲେ ଏକ ଯୌନ ନିର୍ଯାତନା ମାମଲାରେ ପ୍ରଦୀପ୍ତଙ୍କୁ ସରକାର ଚାକିରିରୁ ବହିଷ୍କାର କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button