DistrictHealth

ସାବେରୀ ନଦୀରୁ ଜଣେ ବ୍ୟକ୍ତିକୁ ହେଲିକପ୍ଟର ଦ୍ବାରା ଉଦ୍ଧାର

ମାଲକାନଗିରି, ୧/୯: ସାବେରୀ ନଦୀରେ ଜଣେ ବ୍ୟକ୍ତି ଦେଶୀ ଡଙ୍ଗା ସାହାଯ୍ୟରେ ପାର ହେଉଥିବା ବେଳେ ମଝି ନଈରେ ଡଙ୍ଗାଟି ଓଲଟି ପଡିଥିଲା। ଫଳରେ ଗଛ ଡାଳ ଧରି ମଝି ନଈର ସ୍ରୋତରେ ପ୍ରାଣ ବଞ୍ଚାଇବା ପାଇଁ ଅଟକି ରହିଥିଲେ କତାମାଟେରୁ ଗ୍ରାମର ଇର୍ମା ସୋଡି। ଦୀର୍ଘ ୨୦ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ମଝି ନଈରେ ଅଟକି ରହିଥିବା ଇର୍ମାକୁଆଜି ସ୍ୱତନ୍ତ୍ର ହେଲିକେପ୍ଟର ଦ୍ୱାରା ଉଦ୍ଧାର କରାଯାଇଛି। ଉଦ୍ଧାର ବ୍ୟକ୍ତି ଜଣକ ହେଲେ ମାଲକାନଗିରି ଜିଲ୍ଲାର ମାଟାପେକା ପଞ୍ଚାୟତ ଅନ୍ତର୍ଗତ କତାମାଟେରୁ ଗ୍ରାମର ଇର୍ମା ସୋଡି (୪୫) ବର୍ଷ ।
ଗତ କାଲି ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାକୁ କାମ କରିବା ପାଇଁ ଯାଇଥିଲା ବେଳେ କାମ ସାରି ସନ୍ଧ୍ୟା ସମୟରେ ଏକ ହୁଲି ଡ଼ଙ୍ଗା ସାହାଯ୍ୟରେ ସାବେରୀ ନଦୀ ପାର ହୋଇ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ନଦୀରେ ପ୍ରଖର ସ୍ରୋତ ପ୍ରବାହିତ ହେବା ଫଳରେ ହୁଲି ଡ଼ଙ୍ଗାଟି ବୁଡି ଯାଇଥିଲା। ଜୀବନ ବଞ୍ଚାଇବା ପାଇଁ ଇର୍ମା ପହଁରି ପହଁରି ନଦୀ ମଝିରେ ଏକ ଟାପୁରେ ଥିବା ଗଛ ଡାଳକୁ ଧରି ଅଟକି ରହି ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରିଥିଲା।

ସନ୍ଧ୍ୟା ହୋଇଥିବାରୁ ତାଙ୍କ କଥା କେହି ଶୁଣି ପାରିନଥିଲେ।ରାତି ସାରା ଜଳ ସ୍ରୋତରେ ଜୀବନ ମରଣ ସହିତ ସଂଗ୍ରାମ କରିଥିବା ବେଳେ ଆଜି ସକାଳେ ସୁକୁମା ତେଲ୍ୱାର ଗ୍ରାମର କିଛି ଲୋକ ନଦୀ ଘାଟକୁ ମାଛ ଧରିବା ପାଇଁ ଯାଇଥିଲେ। ଜଣେ ଲୋକ ନଦୀ ମଝିରେ ଫସି ରହିଛି ଦେଖି ସେମାନେ କତାମେଟରୁ ଗ୍ରାମକୁ ଫୋନ ଯୋଗେ ଜଣାଇ ଥିଲେ। ଗ୍ରାମର ଲୋକେ ମାଟାପେକା ସରପଞ୍ଚ ବିନାୟକ ମାଡ଼କାମିଙ୍କୁ ଜଣାଇଥିଲେ।ସେ ମାଲକାନଗିରି ବିଧାୟକ ନରସିଂହ ମାଡକାମିଙ୍କୁ ଜଣାଇଥିଲେ। ବିଧାୟକ ଶ୍ରୀ ମାଡକାମୀ ମାଲକାନଗିରି ଓ ସୁକୁମା ଅଗ୍ନିଶମ ବିଭାଗକୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଫଳରେ କତାମେଟାରୁ ଗାଁ ରୁ ନଦୀ ଘାଟକୁ ଭଲ ରାସ୍ତା ନଥିବାରୁ ଦୀର୍ଘ ୪ କିଲୋମିଟର ଜଙ୍ଗଲ କାଦୁଅ ରାସ୍ତାରେ ଏକ ଟ୍ରାକ୍ଟର ଯୋଗେ ଯାଇ ବିଧାୟକ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ମାଲକାନଗିରି ଓ ସୁକୁମା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। କିନ୍ତୁ ନଦୀରେ ପ୍ରଖର ସ୍ରୋତ ଥିବା ରୁ ଅଗ୍ନି ଶମ କର୍ମଚାରୀମାନେ ବିଫଳ ହୋଇଥିଲେ। ପରେ ବିଧାୟକ ଶ୍ରୀ ମାଡକାମୀ ସୁକୁମା ଏସପି କିରନ ଚୌହାନଙ୍କୁ ଫୋନ ଯୋଗେ ତାଙ୍କ ବିଏଏସଫ କ୍ୟାମ୍ପର ହେଲିକେପ୍ଟର ପଠାଇବା ପାଇଁ ଅନୁରୋଧ କରିଥିଲେ।

ଏହା ବ୍ୟତିତ ସୁକୁମା ଜିଲ୍ଲା ବିଜେପି ସଭାପତି ଦନିରାମ ବାର୍ଷେଙ୍କୁ ମଧ୍ୟ ଫୋନ ଯୋଗେ ସହଯୋଗ ପାଇଁ ଅନୁରୋଧ କରିଥିଲେ । ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ବିଏସଏଫ କ୍ୟାମ୍ପରୁ ସ୍ୱତନ୍ତ୍ର ଏକ ହେଲିକେପ୍ଟର ଘଟଣା ସ୍ଥଳକୁ ଆକାଶ ମାର୍ଗରେ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।ଆଜି ଅପରାହ୍ନରେ ସାବେରୀ ନଦୀ ମଝିରେ ଅଟକି ରହିଥିବା ଇର୍ମା ସୋଡିଙ୍କୁ ଉଦ୍ଧାର କରି ହେଲିକେପ୍ଟର ଯୋଗେ ସୁକୁମା ହସ୍ପିଟାଲକୁ ନିଆ ଯାଇଛି।
ସେଠାରେ ଚିକିତ୍ସିତ ହେଲା ପରେ କତାମାଟେରୁ ଗ୍ରାମକୁ ଗାଡି ଯୋଗେ ଛଡ଼ା ଯିବ ବୋଲି କୁହାଯାଇଛି।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button